ଜାତୀୟ ମିନି ଭଲିବଲ୍‌ ଲାଗି ଓଡ଼ିଶା ଦଳ

ଭୁବନେଶ୍ବର: ମହାରାଷ୍ଟ୍ରର ଚାଇରାନ୍ୟପୁରସ୍ତିତ ଆତ୍ମାମଲ୍ଲିକ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ଠାରେ ରବିବାରଠୁ ଆରମ୍ଭ ହୋଇଥିବା ମିନି ଜାତୀୟ ଭଲିବଲ୍‌ ପ୍ରତିଯୋଗିତା ପାଇଁ ଓଡ଼ିଶାର ଉଭୟ ବାଳକ ଓ ବାଳିକା ଦଳ ଘୋଷିତ ହୋଇଛି। ପ୍ରତିଯୋଗିତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ମାସ ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ କିଟ୍‌ ବିଶ୍ବବିଦ୍ୟାଳୟଠାରେ ଆୟୋଜିତ ଶିବିରରୁ ଉଭୟ ଦଳ ଚୟନ ହୋଇଥିଲା। ଓଡ଼ିଶା ଭଲିବଲ୍‌ ସଂଘର ସାଧାରଣ ସମ୍ପାଦକ ଗଗନେନ୍ଦୁ ଦାଶ ଉଭୟ ଦଳର ସଫଳତା କାମନା କରି ଶୁଭେଚ୍ଛା ଜଣାଇଛନ୍ତି।

ବାଳକ ଦଳ: ନବୀନ କାନ୍ଦୁଲ୍‌ନା, ପଙ୍କଜ ସାହୁ, ଧନୁ ବଡ଼ନାୟକ, ମାର୍କୁସ ଲୁଗୁନ, ଦୀପକ ବିଲୁଙ୍ଗ, ଅଶିଷ କୁମାର ସ୍ବାଇଁ, ଶଙ୍କର ପାଡ଼ିଆମି, ଭିମ କୁଞ୍ଜ, ବିକୁ ‌ସୋଡି, ଶତୃଘ୍ନ ପାଙ୍ଗି, ଆଶୁତୋଷ ଦାସ, ସୁମିତ କୁମାର ସେଠୀ।

ବାଳିକା ଦଳ: ସନ୍ତୋଷୀ ଝୋଡ଼ିଆ, ରଶ୍ମିତା ସିଂହ, ଗଙ୍ଗା ନାଏକ, ଅନିତା ମାଝୀ, ପିଙ୍କି ନାଏକ, ସଞ୍ଜୁକ୍ତା ହେମ୍ବ୍ରମ, ଲାସ୍ୟମୟୀ ମୋହନ୍ତ, ଆଲିସା ଲିମା, ସ୍ଥିତପ୍ରଜ୍ଞା ଜେନା, ସୋନାଲି ଦାସ, ସୁଚିସ୍ମିତା ଦିଣ୍ଡା, ରିତା ଭୁଏ।

ସମ୍ବନ୍ଧିତ ଖବର