ଜାତୀୟ ରୋଲ୍‌ ବଲ୍‌ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର: ଗୋଆର ପଣଜରେ ଡିସେମ୍ବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଜାତୀୟ ରୋଲ୍‌ବଲ୍‌ ସ୍କେଟିଂ ପ୍ରତିଯୋଗିତା (୧୪ ବର୍ଷରୁ କମ୍‌) ପାଇଁ ଓଡ଼ିଶାରୁ ଏକ ୧୧ ଜଣିଆ ଦଳ ମନୋନୀତ ହୋଇଛନ୍ତି। ଫୁଲନଖରାର ଡେକାଥଲନ୍‌ ପରିସରରେ ନଭେମ୍ବର ୧୨ ତାରିଖରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାକୁ ଓଡ଼ିଶା ରୋଲ୍‌ବଲ୍‌ ସଂଘ ଏବଂ ଓଡ଼ିଶା ସ୍କେଟିଂ ଏକାଡେମି ପରିଚାଳନା କରିଥିଲେ। ମନୋନୀତ ଖେଳାଳିମାନେ ହେଲେ-ଅରିନ୍ଦମ ସାମଲ, ଅସିମ ଅନୁରାଗ, ପ୍ରୀତିଶ ଆର୍ଯ୍ୟନ, ପବିତ୍ର ମୋହନ ଖିଲାର, ଆଦିତ୍ୟ ପଟ୍ଟନାୟକ, ସୃଜନ ନାୟକ, ଅମିତ୍‌ କୁମାର ପାତ୍ର, ଓମ୍‌କାର ଷଡ଼ଙ୍ଗୀ, ସୁଶୋଭନ୍‌ ମିଶ୍ର, ଆୟୂଷ ସାମଲ, ଶିଭମ୍‌ ଗୁପ୍ତା। ଓଡ଼ିଶା ଦଳ ସହିତ ଓଡ଼ିଶା ରୋଲ୍‌ ବଲ୍‌ ସଂଘର ସମ୍ପାଦକ ପାର୍ଥ ସାରଥୀ ଜେନା ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର