ଜାତୀୟ ଟେବୁଲ ଟେନିସ ପାଇଁ ଓଡ଼ିଶା ଦଳ

କଟକ: ମେଘାଳୟର ସିଲଙ୍ଗଠାରେ ଆସନ୍ତା ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ୮୩ତମ ଜାତୀୟ ବରିଷ୍ଠ ଓ ଅନ୍ତଃରାଜ୍ୟ ଟେବୁଲ ଟେନିସ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ଟେବୁଲ ଟେନିସ ସ˚ଘ ପକ୍ଷରୁ ୮ ଜଣିଆ ରାଜ୍ୟ ଦଳ ଘୋଷଣା କରାଯାଇଛି। ବାଳକରେ ଏମ୍‌.ଇଶ୍ବର ରାଓ, ଦିଶାନ୍ତ ପରିଡ଼ା, ସୁଦୀପ କୃଷ୍ଣ ବେହେରା, ସୌମ୍ୟର˚ଜନ ପତି, ବାଳିକାରେ ଶ୍ବେତପଦ୍ମା ଦଳାଇ, ଅଞ୍ଜଳି ଅଗ୍ରଵାଲ, ସିକ୍ରିତି ଭଗତ, ମୟୁରି ଚାଟାର୍ଜୀ ସ୍ଥାନ ପାଇଛନ୍ତି। ଦଳ ସହିତ ପ୍ରଶିକ୍ଷକ ଭାବେ ରାଜ୍‌ ସୁବ୍ରମଣିୟମ୍‌ ଓ ମ୍ୟାଚ ପରିଚାଳନା ଅଧିକାରୀ ଭାବେ ସୁଜିତ ରାଏ ସିଲଙ୍ଗ ଯାତ୍ରା କରିବେ। ଓଡ଼ିଶା ଖେଳାଳିମାନେ ଦଳଗତ ପ୍ରତିଯୋଗିତା ସହିତ ଯୁଗଳ ଓ ଏକକ ବର୍ଗରେ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିବେ। ଆସନ୍ତା ୧୫ ତାରିଖରେ ଓଡ଼ିଶା ଦଳ ସିଲଙ୍ଗ ଗସ୍ତ କରିବ ବୋଲି ଓଡ଼ିଶା ଟେବୁଲ ଟେନିସ ସ˚ଘ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା ଜଣାଇଛନ୍ତି।

ସମ୍ବନ୍ଧିତ ଖବର