ଜାତୀୟ ଥ୍ରୋ ବଲ୍‌ ଲାଗି ଓଡ଼ିଶା ଦଳ

ଭୁବନେଶ୍ୱର: ବୁଧବାରଠାରୁ ତାମିଲନାଡୁର ତିରୁପୁରା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଜାତୀୟ କନିଷ୍ଠ ଥ୍ରୋ ବଲ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ରବିବାର ଓଡ଼ିଶା ଦଳ ସେଠାକୁ ଯାତ୍ରା କରିଛି। ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତା ଲାଗି ଖେଳାଳି ଚୟନ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଅନ୍ତଃଜିଲ୍ଲା ଥ୍ରୋ ବଲ୍‌ ପ୍ରତିଯୋଗିତାରୁ ହୋଇଥିଲା। ଉଭୟ ବାଳକ ଓ ବାଳିକା ଦଳରେ ୧୪ ଜଣ ଲେଖାଏଁ ଖେଳାଳି ଥିବା ଓଡ଼ିଶା ରାଜ୍ୟ ଥ୍ରୋ ବଲ୍‌ ସଂଘର ସହ ସଂପାଦକ ଯଶୋବନ୍ତ ପରମଗୁରୁ ଜଣାଇଛନ୍ତି।

ବାଳିକା ଦଳ: ପୁଷ୍ପାଞ୍ଜଳି ପତି, ସୁଧାସିନ୍ଧୁ ସାହୁ, ମାନସୀ ପ୍ରଧାନ, ଶୁଭଶ୍ରୀ ରାଉତରାଏ, ସୁଭଦ୍ରା ସ୍ୱାଇଁ, କସ୍ତୁରୀ ମହାରଣା, ସୋନାଲି ସାହୁ, ନିକି ଝା, ପ୍ରିୟା ପଟ୍ଟନାୟକ। ବାଳକ ଦଳ: ସୁଭ ସାମନ୍ତ, ବିଶ୍ୱଜିତ ପଲାଇ, ସୁଶାନ୍ତ କୁମାର ଦାସ, ଏସ୍‌ ଗଣେଶ ରେଡ୍ଡୀ, କେତନ ପଣ୍ଡା, ଆଶୁତୋଷ ମହାନ୍ତି, ସୁବ୍ରତ କୁମାର ସାହୁ, ରାକେଶ ସାହୁ, ରିଙ୍କୁନ ଜେନା, ପ୍ରୀତମ ରାଉତ, ସମରେଶ ବେହେରା, କୃଷ୍ଣ ଚନ୍ଦ୍ର ମିଶ୍ର, ଚିରାଗ ଆରିଅଲ୍‌, ଆଶିଷ କୁମାର ପଟେଲ। ଶୁଭଦର୍ଶିନୀ ଜେନା ବାଳିକା ଦଳର ପ୍ରଶିକ୍ଷକ ଏବଂ ନିବେଦିତା ନାୟକ ପ୍ରବନ୍ଧକ ଅଛନ୍ତି। ଏସ୍‌ ଜଗା ରେଡ୍ଡୀ ବାଳକ ଦଳର ପ୍ରଶିକ୍ଷକ ଏବଂ କୈଳାଶ ଚନ୍ଦ୍ର ବାରିକ ପ୍ରବନ୍ଧକ ରହିଛନ୍ତି। ଜାତୀୟ ରେଫରି ଭାବେ ରାମକୃଷ୍ଣ ବେହେରା, କୈଳାଶ ଚନ୍ଦ୍ର ବାରିକ ଏବଂ ଅଧିକାରୀ ଭାବେ ଓଡ଼ିଶା ଥ୍ରୋ ବଲ୍‌ ସଂଘର ସଂପାଦକ ଜିତେନ୍ଦ୍ର ନାଥ ଦାସ ଦଳ ସହିତ ଯାତ୍ରା କରିଛନ୍ତି।

ସମ୍ବନ୍ଧିତ ଖବର