ଜାତୀୟ ଭଲିବଲ୍‌ ପାଇଁ ଓଡ଼ିଶା ଦଳ

କଟକ: କେରଳର କୋଝିକୋଡଠାରେ ଆସନ୍ତା ୨୧ରୁ ୨୮ ତାରିଖ ପର୍ଯ୍ୟନ୍ତ ୬୬ତମ ଜାତୀୟ ଭଲିବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ୨୪ ଜଣିଆ ଓଡ଼ିଶା ବାଳକ ଓ ବାଳିକା ଦଳ ଘୋଷିତ ହୋଇଛି। ସେକ୍‌ ସିରାଜ ଅଲ୍ଲୀଙ୍କ ନେତୃତ୍ୱରେ ଘୋଷିତ ପୁରୁଷ ଦଳରେ କମର ଅଲ୍ଲୀ ଖାନ୍‌ ମୁଖ୍ୟ ପ୍ରଶିକ୍ଷକ, ସୟଦ ସୋଲେମାନ୍‌ ଓ ରାକେଶ ଘରାଇ ସହକାରୀ ପ୍ରଶିକ୍ଷକ ଭାବେ ରହିବେ। ସେହିପରି ମହିଳା ଦଳରେ ସଙ୍ଗୀତା ଟପ୍ପୋଙ୍କୁ ଦଳର ନେତୃତ୍ୱ ଦିଆଯାଇଛି। ରମେଶ ଚନ୍ଦ୍ର ଓଝା ମୁଖ୍ୟ ପ୍ରଶିକ୍ଷକ, ଏଲିନା ଚକ୍ରବର୍ତ୍ତୀ ଓ ସୁଧାଂଶୁ ଭୂଷଣ ମିଶ୍ର ସହକାରୀ ପ୍ରଶିକ୍ଷକ ଭାବେ ମହିଳା ଦଳ ସହିତ ରହିବେ। ରବିବାର ଓଡ଼ିଶା କେରଳ ଅଭିମୁଖେ ଯାତ୍ରା କରିବ। ପୁରୁଷ ଦଳ: ସେକ୍‌ ସିରାଜ ଅଲ୍ଲୀ, ଦେବାଶିଷ ମହାନ୍ତି, ଜିତେନ୍ଦ୍ର ବେହେରା, ସେକ୍‌ ଫରିଦ୍‌, ସୌମ୍ୟରଂଜନ ପରିଡ଼ା, ରବୀନ୍ଦ୍ର ମୁରୁଡି, ଜଗନ ଜେନା, ପପୁନ୍‌ ସ୍ୱାଇଁ, ମାନସ ପାଣି, ଆଶିଷ ମହାନ୍ତି, ପ୍ରିୟବ୍ରତ ପ୍ରଧାନ, ଜଗନ୍ନାଥ ପ୍ରଧାନ। ମହିଳା ଦଳ: ସଙ୍ଗୀତା ଟପ୍ପୋ, ମଧୁସ୍ମିତା ସାହୁ, ସସ୍ମିତା ମହାନ୍ତି, ପୁଣ୍ୟ ଜୈନ୍‌, ଅନୁଷା, ଅନୀତା, ନିମିରାଜ, ରିଙ୍କୁ ବେରା, କଳ୍ପଶ୍ରୀ ପ୍ରଧାନ, ମାଧବୀ ଅଧିକାରୀ, ଅଥିରା, ମୋନାଲିସା ପାତ୍ର।

ସମ୍ବନ୍ଧିତ ଖବର