ଜାତୀୟ ଭଲିବଲ୍‌ ଲାଗି ଓଡ଼ିଶା ଦଳ

ଭୁବନେଶ୍ବର: ଆସାମର ଗୁଆହାଟୀରେ ଗୁରୁବାରଠୁ ଆୟୋଜିତ ହେବାକୁଥିବା ୭୧ତମ ବରିଷ୍ଠ ଜାତୀୟ ଭଲିବଲ୍‌ (ପୁରୁଷ ଓ ମହିଳା) ପ୍ରତିଯୋଗିତା ଲାଗି ମଙ୍ଗଳବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ୩୬ (୨୧ ପୁରୁଷ, ୧୬ ମହିଳା)‌ ଖେଳାଳିଙ୍କୁ ନେଇ କିଟ୍‌ ବିଶ୍ବବିଦ୍ୟାଳୟଠାରେ ଆୟୋଜିତ ପ୍ରଶିକ୍ଷଣ ଶିବିରରୁ ଚୂଡ଼ାନ୍ତ ଦଳ ‌ଚୟନ କରାଯାଇଥିଲା। ‌ସଫଳତା ଲାଗି କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଭାରତୀୟ ଭଲିବଲ୍‌ ମହାସଂଘ (ଭିଏଫ୍‌ଆଇ) ସଭାପତି ଅଚ୍ୟୁତ ସାମନ୍ତ ଏବଂ ଓଡ଼ିଶା ଭଲିବଲ୍‌ ସଂଘର ସମ୍ପାଦକ ତଥା କିଟ୍‌ ଓ କିଟ୍‌ର କ୍ରୀଡ଼ା ମହାନିର୍ଦେଶକ ଗଗନେନ୍ଦୁ ଦାସ ଖେଳାଳିମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ଓଡ଼ିଶା ପୁରୁଷ ଦଳ: ଅଫ୍‌ସାଲ ପିପି (ଅଧିନାୟକ), ମାନସ ରଞ୍ଜନ ପାଣି, ଅନିଲ କୁମାର ସେନାପତି, ରାହୁଲ ବାରିକ, ରାଜେଶ କୁମାର ସାହୁ, ଆଶୁତୋଷ ଶତପଥୀ, ଅଜୟ କୁମାର ତରାଇ, ଦୀପ୍ତିରାଜ ମିଶ୍ର, ପ୍ରତାପ କୁମାର ସ୍ବାଇଁ, ଶୁଭ୍ରାଂଶୁ ଶେଖର ଓଝା, ସେଖ ସିରାଜ ଅଲୀ, ପ୍ରଜ୍ଞା ସାରଥୀ ଜେନା। ରମେଶ ଚନ୍ଦ୍ର ଜେନା ଓ ବିଶ୍ବଜିତ ଦାସ (ପ୍ରଶିକ୍ଷକ)।

ଓଡ଼ିଶା ମହିଳା ଦଳ: ଚେତନା ଭାଲା (ଅଧିନାୟିକା), ଦେବୀକା ଦେବରଞ୍ଜନ କେ, ଅଶ୍ବିନୀ ଏନ୍‌, ସୋନାୱାନେ ଉତ୍କସ, କମଲେଶ କୁମାରୀ, ଅଶ୍ବଥୀ ପିଆର୍‌, ଶିବାନୀ ପ୍ରିୟଦର୍ଶିନୀ, ମେରି ଆନୀନା ଜେ, ଶୃଥୀ ସି, ପାର୍ବତୀ ଗଦବା, ବି ଅନୀଷା, ଅନନ୍ୟା ଦାସ। କେ ନୀଲ ରାଜୁ ଓ ସଙ୍ଗୀତା ଟପ୍ପୋ (ପ୍ରଶିକ୍ଷକ) ଏବଂ ଅନିତା ଜେମ୍ସ (ଟ୍ରେନର)।

ସମ୍ବନ୍ଧିତ ଖବର