ଜାତୀୟ ଭାରୋତ୍ତୋଳନ ପାଇଁ ଓଡ଼ିଶା ଦଳର ଗୟା ଗସ୍ତ

ଭୁବନେଶ୍ବର: ବିହାରର ଗୟାଠାରେ ମଙ୍ଗଳବାରଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତା ଆୟୋଜିତ ହେବ। ଉଭୟ ଉପକନିଷ୍ଠ ଓ କନିଷ୍ଠ ବର୍ଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ୩୧ ଜଣିଆ ଓଡ଼ିଶା ଦଳ ଗୟା ଗସ୍ତ କରିଛି। ଦଳରେ ୧୬ ବାଳିକା, ୧୦ ବାଳକ ଓ ୫ ଅଧିକାରୀ ସାମିଲ ଅଛନ୍ତି। ଓଡ଼ିଶା ଦଳକୁ ଓଡ଼ିଶା ଭାରୋତ୍ତୋଳନ ସଂଘର ଉପସଭାପତି ଡା. ହରିପ୍ରସା‌ଦ ପଟ୍ଟନାୟକ, ଯୁଗ୍ମ ସଂପାଦକ ଜାନକୀବଲ୍ଲଭ ମିଶ୍ରଙ୍କ ସମେତ ସମସ୍ତ ସଭ୍ୟ ଶୁଭେଚ୍ଛା ଜଣାଇଛନ୍ତି ବୋଲି ସଭାପତି ଇଂ ଚିତ୍ତରଞ୍ଜନ ସ୍ବାଇଁ ଜଣାଇଛନ୍ତି।

ବାଳିକା ଦଳ: ସଂଧ୍ୟାରାଣୀ ନାଏକ, ରଂଜିତା ମାଝୀ, ଅପରାଜିତା ଭୂୟାଁ, ସଂଗୀତା ପାଢୀ, ନିକି ସାଂଭୁତିକା, ଦେବକୀ ଖିଲ, ସାଂବାରୀ ସାମାଦ, ରଂଗୀଲା ମାଝୀ, କେ ଅଭିଷିକ୍ତା, ଦିବ୍ୟବତୀ ରାଇକା, ରିଙ୍କି ନାଏକ, ମୋତି ଜାନୀ, ଯୁବତୀ ଦେହୁରୀ, ବୀଣା ସୋରେନ୍‌, ଏମ୍‌ କୀର୍ତ୍ତି ଓ ବନିତା ଘଡ଼େଇ।

ବାଳକ ଦଳ: ଭକ୍ତରାମ ଦେଷ୍ଟି, କୃଷ୍ଣଚନ୍ଦ୍ର ନାଏକ, ରାମଚନ୍ଦ୍ର ମାଡ଼କାମୀ, କୁଳଦୀପ ସାହୁ, ସୋପନ୍ୟା ଶବର, ମୁନା ନାଏକ, ଖମ୍ବେଶ୍ବର ମଲ୍ଲିକ, ରାମଚନ୍ଦ୍ର ମୁଦୁଲି, ରଘୁନାଥ ଖିଲ ଓ ମନୋଜ କୁମାର ସାହୁ।

ଅଧିକାରୀ: ବିବେକାନନ୍ଦ ସାହୁ ଓ ସଂଯୁକ୍ତା ସାହୁ (ପ୍ରଶିକ୍ଷକ), ବଳରାମ ସାହୁ ଓ ବାପୁଜୀ ବିଶ୍ବାଳ (ପ୍ରବନ୍ଧକ), ନାରାୟଣ ସାହୁ (ସଂଘ ସଂପାଦକ)।

ସମ୍ବନ୍ଧିତ ଖବର