ଭୁବନେଶ୍ବର,: ଆସନ୍ତା ମାସ ୩୦ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଜମ୍ମୁଠାରେ ଆୟୋଜିତ ହେହବାକୁ ଥିବା ଜାତୀୟ ଶକ୍ତି ଉତ୍ତୋଳନ (ଅନ୍ଇକ୍ୟୁପଟ୍) ପ୍ରତିଯୋଗିତା ଲାଗି ଓଡ଼ିଶା ଦଳର ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବରସ୍ଥିତ ଉତ୍କଳ କରାଟେ ସ୍କୁଲ୍ଠାରେ ଅନୁଷ୍ଠିତ ଏହି ଶିବିରରେ ୩୦ ପୁରୁଷ ଓ ୧୦ ମହିଳା ପ୍ରତିଯୋଗୀ ଭାଗନେଇଥିଲେ। ଏମାନଙ୍କ ମଧ୍ୟରୁ ପୁରୁଷ ଓ ମହିଳାରେ ୭ ଜଣ ଲେଖାଏଁ ମୋଟ ୧୪ ଜଣଙ୍କୁ ଜାତୀୟ ପ୍ରତିଯୋଗିତାରେ ଭାଗ ନେବାଲାଗି ଚୟନ ହୋଇଥିଲେ। ଶିବିରକୁ ପ୍ରଦୀପ କୁମାର ପାତ୍ର, ଶକ୍ତି ରଂଜନ ବାରିକ, ରବିନାରାୟଣ ମିଶ୍ର, ସତ୍ୟବ୍ରତ ବେହେରା, ରୁଦ୍ରନାରାୟଣ ସାହୁ ଓ ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘର କୋଷାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ ପରିଚଳନା କରିଥିଲେ ବୋଲି ସମ୍ପାଦକ ଚିତ୍ତରଂଜନ ସ୍ବାଇଁ ବିଜ୍ଞପ୍ତିରେ ଜଣାଇଛନ୍ତି।
ପୁରୁଷ ଦଳ: ତେଜାବ କୁମାର ସୋନା (୫୧ କେଜି), ବିଚିତ୍ର ନାୟକ (୭୪ କେଜି), ବିଶ୍ବଜିତ ଜେନା (୭୪ କେଜି), ଦୁଷ୍ମନ୍ତ ସାହୁ (୮୩ କେଜି), ସୌମ୍ୟରଂଜନ ସାହୁ (୯୩ କେଜି), ରାକେଶ ଭୁକ୍ତା (୧୦୫ କେଜି), କେ ଦୋରା (୧୨୦ କେଜି)। ମହିଳା ଦଳ: ପ୍ରିୟମ୍ବଦା ପରିଡ଼ା, ପ୍ରଭାତୀ ପରିଡ଼ା (୫୨ କେଜି), ସୀମାରାଣୀ ସିଂହ, ଭାରତୀ ପାତ୍ର (୪୭ କେଜି), ଦେବୀ ସିଂହ, ରିୟା ଦାସ (୫୭ କେଜି), ପଦ୍ମାବତୀ ସିଂହ (୭୨ କେଜି)।