ଜାତୀୟ ମହିଳା ଫୁଟବଲ୍‌ ପାଇଁ ଓଡ଼ିଶା ଦଳ

କଟକ,: ଅରୁଣାଚଳ ପ୍ରଦେଶରେ ଚଳିତ ମାସ ୧୦ ତାରିଖରୁ ହେବାକୁ ଥିବା ଜାତୀୟ ବରିଷ୍ଠ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ଯାତ୍ରା ଆରମ୍ଭ କରିଛି। ଜବାମଣି ଟୁଡ଼ୁଙ୍କ ନେତୃତ୍ବରେ ଯାଇଥିବା ୨୦ ଜଣିଆ ଓଡ଼ିଶା ଦଳ ସହିତ ମହମ୍ମଦ ସାହିଦ ଜବାର ମୁଖ୍ୟ ପ୍ରଶିକ୍ଷକ, ଗାୟତ୍ରୀ ମଲ୍ଲିକ ସହକାରୀ ପ୍ରଶିକ୍ଷକ ଭାବେ ଯାତ୍ରା କରିଛନ୍ତି। ଓଡ଼ିଶା ତା’ର ପ୍ରଥମ ମ୍ୟାଚ ୧୧ ତାରିଖରେ ପଣ୍ଡିଚେରୀ ସହିତ ଖେଳିବ।

ଓଡ଼ିଶା ଦଳ: ସ˚ଯୁକ୍ତା ତିର୍କି, ସସ୍ମିତା ପରିଡ଼ା, କରିସ୍ମା ଓରାମ, ଇଭା ପାନ୍ନା, ଜୁଲି କିଷାନ, ସୁମିତ୍ରା ଖାଲ୍‌କୋ, ଜବାମଣି ଟୁଡ଼ୁ (ଅଧିନାୟିକା), ଶାନ୍ତି ମୁର୍ମୁ, ସିନୁଲତା ସାହୁ, ରୁନି ନାୟକ, ସୋନି ବେହେରା, ଆରତି ସେଠୀ, ମୋନିକା ମିଞ୍ଜ, ଆରତି ଅନିମା ଖଡ଼ିଆ, ଦୀପା ନାୟକ, ଯଶୋଦା ମୁଣ୍ଡା, ସତ୍ୟବାଦି ଖଡ଼ିଆ, ଶୁଭଦ୍ରା ସାହୁ, କବିତା କର, ଦମୟନ୍ତୀ ତିରିଆ।

ସମ୍ବନ୍ଧିତ ଖବର