ସନ୍ତୋଷ ଟ୍ରଫି ପାଇଁ ଓଡ଼ିଶା ଫୁଟବଲ ଦଳ

କଟକ: ଆସନ୍ତା ୨ ତାରିଖରୁ ଛତିଶଗଡ଼ର ଭିଲାଇରେ ସନ୍ତୋଷ ଟ୍ରଫି ପାଇଁ ପୂର୍ବାଞ୍ଚଳ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିପାଇଁ ଏ କହ୍ନେୟାଙ୍କ ନେତୃତ୍ବରେ ୨୦ ଜଣିଆ ଓଡ଼ିଶା ଦଳର ଘୋଷଣା କରାଯାଇଛି। ଅକ୍ଷୟ ଦାସ ପ୍ରଶିକ୍ଷକ ଓ ପ୍ରବଳ ଦାସ ସହକାରୀ ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ। ପ୍ରତିଯୋଗିତାରେ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ତ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି। ୭ ତାରିଖରେ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଶେଷ ହେବ।

ଓଡ଼ିଶା ଦଳ: ସେକ୍‌ କମୁଲୁଦିନ୍‌, ସୌମ୍ୟ ଦାସ, ଏ କହ୍ନେୟା, ରୁଦ୍ର ପ୍ରଧାନ, ଡି ଶ୍ରୀନାଥ, ସୁନୀଲ ମୁଣ୍ତା, କାର୍ତ୍ତିକ ଭୋଳ, ମହମ୍ମଦ ଇମ୍‌ତିଆଜ, ମାନସ ନାୟକ, ରାଜୁ ବେସ୍‌ରା, ଚନ୍ଦ୍ରଶେଖର ବେହେରା, ଅର୍ପଣ ଲାକ୍ରା, ପ୍ରଶାନ୍ତ ଶ୍ରୀହରି, ଚନ୍ଦ୍ର ମୁଦୁଲି, ଭିକି ସେଠୀ, ସେକ୍‌ ଫରିଦ, ବୀରେନ୍ଦ୍ର ସି˚ହ, ସୁଜିତ ତିର୍କି, ଅରବିନ୍‌ ଲାକ୍ରା, ଅର୍ଜୁନ ନାଏକ।

ସମ୍ବନ୍ଧିତ ଖବର