ପୂର୍ବାଞ୍ଚଳ ବନ୍ଧୁକଚାଳନା ପାଇଁ ଓଡ଼ିଶା ଦଳ

ଭୁବନେଶ୍ବର: ଆସନ୍ତା ୨୯ ତାରିଖରୁ କୋଲ୍‌କାତାର ଆସାନସୋଲଠାରେ ଆରମ୍ଭ ହେବାକୁ ଯାଉଥିବା ପୂର୍ବାଞ୍ଚଳ ବନ୍ଧୁକଚାଳନା ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ଘୋଷିତ ହୋଇଛି। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ମୋଟ ୫୦ ପ୍ରତିଯୋଗୀ (୩୧ ଜଣ ରାଇଫଲ ଓ ୧୯ ଜଣ ପିସ୍ତଲ) ଦୁଇଟି ବର୍ଗରେ ଭାଗ ନେବେ। ଏହି ପ୍ରତିଯୋଗିତାର ପ୍ରଦର୍ଶନ ଭିତ୍ତିରେ ଜାତୀୟ ଦଳ ବଛାଯିବ। ପୂର୍ବାଞ୍ଚଳ ପ୍ରତିଯୋଗିତାରେ ଭାଗ ନେବାକୁ ମନୋନୀତ ପ୍ରତିଯୋଗୀମାନେ ହେଲେ ଦିବ୍ୟ ବିଶ୍ବକର୍ମା, ଉମେଶ ବେହେରା, ଦେବାଶିଷ ରାଉତ, ଲିପ୍‌ସା ସେଠୀ, ଅମରଜିତ ପଟ୍ଟନାୟକ, ପ୍ରମୋଦ ସାହୁ, ଦିଲିପ କୁମାର ପାଢୀ, ହିମାଂଶୁ ଶେଖର ମହାନ୍ତି, ରାଜେନ୍ଦ୍ର ନାଥ ମାଝୀ, ଗୁରୁପଦ ମହାନ୍ତି, ଅମିତ କୁମାର ବେହେରା, ଉଷାରାଣୀ ବେହେରା, ଭଗବାନ ବେହେରା, ସିଦ୍ଧାର୍ଥ ଶଙ୍କର ମହାପାତ୍ର, ଉତ୍କର୍ଷ କୁମାରୀ, ଶିବଶଙ୍କର କୋରା, ପ୍ରଦୀପ ଦାସ, ପ୍ରତ୍ୟୁଷ କୁମାର ବିଶ୍ବାଳ, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ସତ୍ୟଜିତ ପ୍ରଧାନ, ନିଶିକାନ୍ତ କର, ସୋମେଶ କୁମାର ବିନ୍ଧାଣୀ, ମାନସ କୁମାର ସାହୁ, ସାରଦା ମହାପାତ୍ର, ଶିବାଙ୍ଗ ରାଏ, ସୃତିସୌରଭ ବେହେରା, ଗୁଲ୍‌ଶନ କୁମାର ମିଶ୍ର, ପୁଣ୍ୟ ପୟୋନିଧି ମହାପାତ୍ର, ସହସ୍ରାଂଶୁ ମିଶ୍ର, ପ୍ରିୟରଞ୍ଜନ ମିଶ୍ର, ଅମିତ କୁମାର ହୋତା, ଜ୍ୟୋତିରଞ୍ଜନ ପ୍ରଧାନ, ସୁଜଲ କୁମାର, ସୃତି ପାତ୍ରୋ, ଆକାଶ କୁମାର ସିଂହ, ସୋନାଲ ଶିବାଶିଷ ସ୍ବାଇଁ, ଆକାଶ କୁମାର ଲୋହର, ଦେବାଶିଷ ରାଉତ, କିରଣ କୁମାର ନନ୍ଦ, ପ୍ରଦ୍ୟୁତ କୁମାର ଠାକୁର, ଅତୀଶ କୁମାର ନାଏକ, ସିଦ୍ଧାର୍ଥ ଶଙ୍କର ମହାରଣା, ପ୍ରଭୂଦତ୍ତ ଶତପଥୀ, ଅନ୍ବେଶ ଦାସ, ତନିଷ୍କା ସାମନ୍ତ, ରଞ୍ଜିତ ମୁଦୁଲି, ସର୍ବଂଶ ମିଶ୍ର, ଅର୍ଜୁନ କୁମାର ସିଂହ, ରମେଶ ପିଲା, ବିନିତା ପଟ୍ଟନାୟକ। ପ୍ରତିଯୋଗୀମାନଙ୍କୁ ଓଡ଼ିଶା ରାଇଫଲ ସଂଘର ସଂପାଦକ ଡଃ ହରିପ୍ରସାଦ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର