ବିଜୟ ହଜାରେ ଟ୍ରଫି ପାଇଁ ଓଡ଼ିଶା‌ ଦଳ, ଶାନ୍ତନୁ ଅଧିନାୟକ: ୮ ନୂଆ ମୁହଁ

ସୁରେଶ, ବିକାଶ ଓଡ଼ିଶା ମହିଳା କ୍ରିକେଟ୍‌ ଦଳର ପ୍ରଶିକ୍ଷକ

ଭୁବନେଶ୍ବର: ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିସିସିଆଇର ଘରୋଇ ଦିନିକିଆ ପ୍ରତିଯୋଗିତା ବିଜୟ ହଜାରେ ଟ୍ରଫି ପାଇଁ ବୁଧବାର ଓଡ଼ିଶା ଦଳ ଘୋଷିତ ହୋଇଛି। ଏଲିଟ୍‌ ଗ୍ରୁପ୍‌-ସି’ରେ ସ୍ଥାନ ପାଇଥିବା ଓଡ଼ିଶା ତା’ର ସବୁତକ ଲିଗ୍‌ ମ୍ୟାଚ୍‌ ବାଙ୍ଗାଲୋରରେ ହିଁ ଖେଳିବ। ଗତବର୍ଷର ବିଜେତା କର୍ଣ୍ଣାଟକ, ଉତ୍ତର ପ୍ରଦେଶ, କେରଳ, ରେଳବାଇ ଓ ବିହାର ସହ ଲିଗ୍‌ ପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବିତା କରିବ ଓଡ଼ିଶା। ଏଥିପାଇଁ ବରିଷ୍ଠ ମନୋନୟନ ସମିତି ବୈଠକ ୯ ତାରିଖରେ ବସିବା ପରେ ବୁଧବାର ଓଡ଼ିଶା କ୍ରିକେଟ୍‌ ସଂଘ ଏକ ୨୨ ଜଣିଆ ଦଳ ଘୋଷଣା କରିଛି। ଶାନ୍ତନୁ ମିଶ୍ରଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଥିଲା ବେଳେ ଦଳରେ ୮ ନୂଆ ମୁହଁ ସାମିଲ କରାଯାଇଛି। ପ୍ରଥମ ଥର ପାଇଁ ବରିଷ୍ଠ ଦଳରେ ସ୍ଥାନ ପାଇଥିବା ଏହି ୮ ଜଣ ହେଲେ ରାମଚନ୍ଦ୍ର ବେହେରା, କାର୍ତିକ ବିଶ୍ବାଳ, ବି ଶିବ, ସୌରଭ କାନୋଜିଆ, ରାକେଶ ପଟ୍ଟନାୟକ, ହର୍ଷିତ୍‌ ରାଥୋଡ଼, ବିକାଶ ରାଉତ ଓ ଅମ୍ରିତ୍‌ ଖଟୁଆ।

୨୨ ଜଣିଆ ଦଳ: ଶାନ୍ତନୁ ମିଶ୍ର (ଅଧିନାୟକ), ସନ୍ଦୀପ ପଟ୍ଟନାୟକ, ଦେବାଶିଷ ସାମନ୍ତରାୟ, ଶୁଭ୍ରାଂଶୁ ସେନାପତି, ଅଭିଷେକ ଯାଦବ, ଗୌରବ ଚୌଧୁରୀ, ରାମଚନ୍ଦ୍ର ବେହେରା, ଅମ୍ରିତ୍‌ ଖଟୁଆ, ରାକେଶ ପଟ୍ଟନାୟକ, କାର୍ତିକ ବିଶ୍ବାଳ, ରାଜେଶ ଧୂପର ଓ ପ୍ରବୀଣ ଲୋହା (ୱିକେଟ୍‌ରକ୍ଷକ), ଅଙ୍କିତ ଯାଦବ, ସୂର୍ଯ୍ୟକାନ୍ତ ପ୍ରଧାନ, ଦେବବ୍ରତ ପ୍ରଧାନ, ରାଜେଶ ମହାନ୍ତି, ତାରିଣୀ ସ, ବି ଶିବ, ହର୍ଷିତ୍‌ ରାଥୋଡ଼, ସୌରଭ କାନୋଜିଆ, ବିକାଶ ରାଉତ, ପ୍ରୟାସ ସିଂହ ଠାକୁର।

ପ୍ରଶିକ୍ଷକ ଓ ସହକାରୀ ‌ଷ୍ଟାଫ୍‌: ରଶ୍ମିରଞ୍ଜନ ପରିଡ଼ା (ମୁଖ୍ୟ ପ୍ରଶିକ୍ଷକ), ଦୀପକ ମଙ୍ଗରାଜ (ବୋଲିଂ ପ୍ରଶିକ୍ଷକ), ଗୌତମ ଗୋପାଳ (କ୍ଷେତ୍ରରକ୍ଷକ ପ୍ରଶିକ୍ଷକ), ଅଶ୍ବିନ୍‌ କୁମାର ରବି (ଫିଜିଓ), ଅମୀୟ ମହାନ୍ତି (ଷ୍ଟ୍ରେନ୍ଥ୍‌ ଆର୍ଡ୍‌ କଣ୍ଡିସନିଂ ପ୍ରଶିକ୍ଷକ), ସାରଦା ବିଶ୍ବାଳ (ବୈଷୟିକ ବି‌ଶ୍ଲେଷକ), ଗୌତମ ଗଜପତି (ପ୍ରବନ୍ଧକ), ପ୍ରଭଞ୍ଜନ ମଲ୍ଲିକ (ପର୍ଯ୍ୟବେକ୍ଷକ), ଡ. ସିଦ୍ଧାର୍ଥ ଶଙ୍କର (ଡାକ୍ତର)।

ସୁରେଶ, ବିକାଶ ଓଡ଼ିଶା ମହିଳା କ୍ରିକେଟ୍‌ ଦଳର ପ୍ରଶିକ୍ଷକ
ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ସୁରେଶ କୁମାର ଏବଂ ବିକାଶ ପତିଙ୍କୁ ବୁଧବାର ମହିଳା କ୍ରିକେଟ୍‌ ଦଳର ପ୍ରଶିକ୍ଷକ ନିଯୁକ୍ତ କରିଛି। ସୁରେଶ ମୁଖ୍ୟ ଓ ବିକାଶ ବ୍ୟାଟିଂ ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ। ସେହିପରି ସ୍ବେତା ସାମନ୍ତରାୟଙ୍କୁ ଟ୍ରେନର ଏବଂ ନଫିସା ନେହା ସବନମ ଫିଜିଓ ଭାବେ ନିଯୁକ୍ତି ପାଇଛନ୍ତି। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଞ୍ଜୟ ବେହେରାଙ୍କ ସହିତ ସମସ୍ତ ଅଧିକାରୀ ନବନିଯୁକ୍ତ ପ୍ରଶିକ୍ଷକ, ଟ୍ରେନର ଓ ଫିଜିଓଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର