ଭୁବନେଶ୍ବର: ଉତ୍ତରପ୍ରଦେଶର ସାହାରନପୁରସ୍ଥିତ ବିଆର୍ ଆମ୍ବେଦକର ଇନ୍ଡୋର ସ୍ପୋର୍ଟସ କଂପ୍ଲେକ୍ସଠାରେ ଚଳିତ ଅକ୍ଟୋବର ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜାତୀୟ ୨୧ବର୍ଷରୁ କମ୍ ଓ ବରିଷ୍ଠ ଜୁ-ଜିତ୍ସୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ୩୫ଜଣିଆ ଓଡ଼ିଶା ଦଳ ସେଠାକୁ ଯାତ୍ରା କରିଛି। ଏଥିରେ ୨୭ଜଣ ପୁରୁଷ ଏବଂ ୮ଜଣ ମହିଳା ଖେଳାଳି ଅଛନ୍ତି। ଓଡ଼ିଶା ପୁରୁଷ ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ସୁମନ୍ତ ସାହୁ, ଅମରେଶ ସ୍ବାଇଁ, ଉମାକାନ୍ତ ଦାସ, ସିଦ୍ଧାର୍ଥ ମହନ୍ତ, ରଞ୍ଜନ ମଙ୍ଗରାଜ, ଦେବାଶିଷ ସାମନ୍ତରାୟ, ସ୍ବରାଜ ଯାନୀ, ରାଧାକାନ୍ତ ସେଠୀ, ନିଶାନ୍ତ ଧରୁଆ, ସନ୍ତୋଷ ସିଂହ, ଅକ୍ଷୟ କୁମାର କାହାଳୀ, ସିଦ୍ଧାନ୍ତ ବେହେରା, କାହ୍ନା ସାହୁ, ମିର୍ଜା ତାହିର ବେଗ, ଅମିତାଭ ନାୟକ, ସମରେଶ ସାହୁ, କାମେଶ ମହାପାତ୍ର, ସିଦ୍ଧାର୍ଥ ଭୂୟାଁ, କ୍ଷିତୀଶ ବଞ୍ଚୋଇ, ତନ୍ବେଷ ଲେଙ୍କା, ଅନିଲ ପ୍ରଧାନ, ଦୀପକ ଗୌଡ଼, ସନ୍ଦୀପ ବେହେରା, ସୋନୁ କୁମାର, ଲିଙ୍କନ ବିଶ୍ବାଳ, ଓମ୍ ପ୍ରଧାନ, ଦାସ ରେବତୀ ରମଣ। ମହିଳା: ରୋଜାଲିନ ଜେନା, ଅନୁପମା ସ୍ବାଇଁ, ନିରୁପମା ସ୍ବାଇଁ, ଅଜିଜା ବେଗମ, ରୋଜାଲିନ ପାଲ, ବିଦ୍ୟା ପୃସ୍ତ୍ୟ, ପ୍ରିୟଦର୍ଶିନୀ ଘଟୁଆରୀ, ପଲକ ପ୍ରିୟଦର୍ଶିନୀ। ଏଥିଲାଗି ଓଡ଼ିଶା ଜୁ-ଜିତ୍ସୁ ସଂଘର ସଂପାଦକ ଡ. ହରିପ୍ରସାଦ ପଟ୍ଟନାୟକ, ସଭାପତି ଇଂ ଚିତ୍ତରଞ୍ଜନ ସ୍ବାଇଁ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ରାଜ୍ୟ ଦଳକୁ ଶୁଭକାମନା ଜଣାଇଛନ୍ତି।
ଜାତୀୟ ଜୁ-ଜିତ୍ସୁ ପ୍ରତିଯୋଗିତା ନିମନ୍ତେ ଓଡ଼ିଶା ଦଳ
ଉତ୍ତରପ୍ରଦେଶର ସାହାରନପୁରସ୍ଥିତ ବିଆର୍ ଆମ୍ବେଦକର ଇନ୍ଡୋର ସ୍ପୋର୍ଟସ କଂପ୍ଲେକ୍ସଠାରେ ଚଳିତ ଅକ୍ଟୋବର ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜାତୀୟ....
/sambad/media/media_files/2025/10/07/untitled-7-2025-10-07-06-42-31.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)