ଭୁବନେଶ୍ବର: ଗୁଜରାଟର ବିଭିନ୍ନ ସହରରେ ସେପ୍ଟେମ୍ବରରେ ୨୯ରୁ ଅକ୍ଟୋବର ୧୨ ତାରିଖ ଯାଏଁ ଖେଳାଯିବାକୁ ଥିବା ୩୬ତମ ଜାତୀୟ କ୍ରୀଡା ଲାଗି ଓଡ଼ିଶା ଅଲିମ୍ପିକ୍ ସଂଘ ସୋମବାର ଏକ ୨୭୫ ଜଣିଆ ଜୁମ୍ବୋ ଦଳ ଘୋଷଣା କରିଛି। ଏହା ମଧ୍ୟରେ ୨୧୬ ଖେଳାଳି ଓ ୫୯ ଜଣ ପ୍ରଶିକ୍ଷକ, ପ୍ରବଂଧକ ଓ ଫିଜିଓ ରହିଛନ୍ତି। ଓଡ଼ିଶା ଖେଳାଳିମାନେ ୨୩ଟି ଖେଳରେ ଅଂଶଗ୍ରହଣ କରିବେ। ରଗ୍ବି (ପୁରୁଷ ଓ ମହିଳା), ଲନ୍ ବଲ୍, ବଂଧୁକଚାଳନା, ଖୋ ଖୋ (ମହିଳା), ରୋଇଂ, ସ୍କେଟିଂ, ତୀରନ୍ଦାଜୀ, ଫୁଟ୍ବଲ୍ (ପୁରୁଷ ଓ ମହିଳା), ଯୋଗାସନ, କାନୋଇଂ, କୁସ୍ତି, ଦୌଡ଼କୁଦ, ଅସିଚାଳନା, ଭାରୋତ୍ତୋଳନ, ମୁଷ୍ଟିଯୁଦ୍ଧ, ଜୁଡ଼ୋ, ଉଷୁ, ସାଇକ୍ଲିଂ, ଟ୍ରାଏଥଲନ୍, ସନ୍ତରଣ, ହକି (ମହିଳା), ଜିମ୍ନାଷ୍ଟିକ୍ସ, ବିଚ୍ ଭଲିବଲ୍ରେ ଓଡ଼ିଶାର ପ୍ରତିନିଧିତ୍ବ ରହିବ। ଅଶୋକ ସାହୁ ଓ ଭକ୍ତ ବଲ୍ଲଭ ଦାସଙ୍କୁ ଯଥାକ୍ରମେ ଓଡ଼ିଶା ଦଳର ଚିଫ୍ ଡି ମିସନ୍ ଓ ତାଙ୍କ ଡେପୁଟି ନିଯୁକ୍ତ କରାଯାଇଛି। ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ ଏବଂ ରବି ନାୟକ ଓଡ଼ିଶା ଦଳର ଅଲିମ୍ପିକ୍ ପ୍ରତିନିଧି ଭାବେ ସାମିଲ ହେବେ।
ଜାତୀୟ କ୍ରୀଡ଼ା ପାଇଁ ୨୭୫ ଜଣିଆ ଓଡ଼ିଶା ଦଳ
/sambad/media/post_attachments/wp-content/uploads/2022/09/654654sfh654f65fhfhsfh.jpg)