ସର୍ବଭାରତୀୟ ଡାକ କ୍ରୀଡ଼ା ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର: ନଭେମ୍ବର ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଲକ୍ଷ୍ନୌରେ ଆୟୋଜିତ ସର୍ବଭାରତୀୟ ଡାକ କ୍ରୀଡ଼ା ପ୍ରତିଯୋଗିତା ଲାଗି ଗୁରୁବାର ଓଡ଼ିଶା ଦଳ ଯାତ୍ରା କରିଛି। ସୁନ୍ଦରସ୍ୱାସ୍ଥ୍ୟ ଦଳରେ ବଦି ଶ୍ରୀକାନ୍ତ, ସୁରଜ ସିଂହ, ଜନ୍ମେଜୟ ମହାନ୍ତି, ଅଜୟ ମହାପାତ୍ର, ସ୍ୱୟମ ସିଦ୍ଧାନ୍ତ ହରିଚନ୍ଦନ, ସମୀର ସାଠୁଆ ଏବଂ ଭାରୋତ୍ତୋଳନରେ ବିଶ୍ୱଜିତ୍‌ ପ୍ରତିହାରୀ, କାମେଶ୍ୱର ନାୟକ, ନୀଳାଦ୍ରୀ ସାହୁ, ସନ୍ତୋଷ କୁମାର ପାତ୍ର, ପ୍ରଦୀପ କୁମାର ସାହୁ ପ୍ରତିନିଧିତ୍ୱ କରିବେ। ଦଳ ସହିତ ପ୍ରଶିକ୍ଷକ ତଥା ପ୍ରବଂଧକ ଭାବେ ଶ୍ୟାମସୁନ୍ଦର ପାତ୍ର ଯାତ୍ରା କରିଛନ୍ତି। ସୂଚନାଯୋଗ୍ୟ, ଜନ୍ମେଜୟ ମହାନ୍ତି ୪ ଥର ଡାକଶ୍ରୀ ମୁକୁଟ ପରିଧାନ କରିଥିବାବେଳେ ୬ ଥର ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି। ପୁନର୍ବାର ଡାକଶ୍ରୀ ଉପାଧି ପାଇବା ଲକ୍ଷ୍ୟରେ ରହିବେ ରାଜ୍ୟର ଏହି ଆଗଧାଡ଼ିର ସୁନ୍ଦରସ୍ୱାସ୍ଥ୍ୟ କ୍ରୀଡ଼ାବିତ୍‌।

ସମ୍ବନ୍ଧିତ ଖବର