ଭୁବନେଶ୍ବର : ଦିଲ୍ଲୀରେ ଚଳିତ ମାସ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ସର୍ବଭାରତୀୟ ବେସାମରିକ ଭଲିବଲି ପ୍ରତିଯୋଗିତା (ପୁରୁଷ ଓ ମହିଳା) ଲାଗି ଓଡ଼ିଶା ଦଳ ଚୟନ କରାଯିବ। ଏହି ଚୟନ ପ୍ରକ୍ରିୟା ରବିବାର (୫ ତାରିଖ) ସକାଳ ୮.୩୦ରେ ସ୍ଥାନୀୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିକଟସ୍ଥ ଖେଳ ପଡ଼ିଆଠାରେ ଅନୁଷ୍ଠିତ ହେବ। ଏଥିରେ କେବଳ ନିୟମିତ ସରକାରୀ ଚାକିରୀରେ ଥିବା ବ୍ୟକ୍ତିମାନେ ଭାଗ ନେଇପାରିବେ।
ଇଚ୍ଛୁକ ଖେଳାଳିମାନେ ନିଜ ସେବା ପୁସ୍ତିକାର ପ୍ରଥମ ପୃଷ୍ଠା, ବିଭାଗ/ଅଫିସ ପରିଚୟ ପତ୍ର ସହ ଏକ ପାସ୍ପୋର୍ଟ ଫଟୋ ଏବଂ ନିଜର ବିଭାଗ/ଅଫିସରୁ ଆପତ୍ତିବିହୀନ ସାର୍ଟିଫିକେଟ୍ (ଏନ୍ଓସି) ଅଣି ନିର୍ଦ୍ଧାରିତ ସମୟରେ ପହଞ୍ଚି ପଞ୍ଜୀକରଣ କରିପାରିବେ। ଅଧିକ ବିବରଣୀ ପାଇଁ ସାଧାରଣ ସମ୍ପାଦକ ହର ପ୍ରସାଦ ବିଶ୍ବାଳ (୯୪୩୭୨ ୨୮୬୮୭) କିମ୍ବା କ୍ରୀଡ଼ା ସମ୍ପାଦକ ନୃସିଂହ ଚରଣ ପୃଷ୍ଟି (୯୯୩୭୯ ୩୬୧୭୫)ଙ୍କ ସହ ଯୋଗାଯୋଗ କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/vollyball.jpg)