ଭୁବନେଶ୍ୱର: ଫେବ୍ରୁଆରି ୧ରୁ ୭ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ଜବାହରଲାଲ୍ ନେହରୁ ଇନ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ହେବ ସର୍ବଭାରତୀୟ ‘ଖେଲୋ ଇଣ୍ଡିଆ’ ପ୍ରତିଯୋଗିତା। ଏଥିରେ ଭାଗ ନେବା ପାଇଁ ରବିବାର ୭୫ ଜଣିଆ ଓଡ଼ିଶା ଦଳ ଦିଲ୍ଲୀ ଯାତ୍ରା କରିଛି। ରାଜ୍ୟର ୩୦ ଜିଲ୍ଲାରେ ଆୟୋଜିତ ବିଦ୍ୟାଳୟ ସମୁହ କ୍ରୀଡ଼ା (ହକି, ଫୁଟ୍ବଲ୍, ଖୋଖୋ, ସନ୍ତରଣ, ଭାରୋତ୍ତୋଳନ, ଜିମ୍ନାଷ୍ଟିକ୍, କୁସ୍ତି, ମୁଷ୍ଟିଯୁଦ୍ଧ)ରୁ ‘ଖେଲୋ ଇଣ୍ଡିଆ’ ଅଧିକାରୀମାନେ ଏହି ଖେଳାଳିଙ୍କୁ ବାଛିଥିଲେ। ଓଡ଼ିଶା ଦଳ ସହିତ ପ୍ରଶିକ୍ଷକ ସତ୍ୟନାରାୟଣ ରାୟଗୁରୁ, କୈଳାଶ ପ୍ରଧାନ, ଭାଗିରଥୀ ମଲ୍ଲିକ, ବିଦ୍ୟାଧର ପ୍ରଧାନ, ସୌଦାମିନୀ ଦାସ, ଅଜୟ ପ୍ରଧାନ, ମୋନାଲିସା ନାୟକ, ସରୋଜ ପ୍ରଧାନ ଓ ଜ୍ୟୋତିପ୍ରକାଶ ପରିଡ଼ା ଦିଲ୍ଲୀ ଯାତ୍ରା କରିଛନ୍ତି। ସ୍ଥାନୀୟ ମମ୍ତାଜ ଅଲ୍ଲୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ଦାସ ଓ ବରିଷ୍ଠ ଶିକ୍ଷାଧିକାରୀମାନେ ଓଡ଼ିଶା ଦଳକୁ ଶୁଭେଚ୍ଛା ଜଣାଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp