ଭୁବନେଶ୍ୱର: ଚଳିତ ମାସ ୧୩ ଏବଂ ୧୪ ତାରିଖ ଦୁଇ ଦିନ ଧରି କୋଲ୍କତାରେ ଆୟୋଜିତ ଜାତୀୟ କରାଟେ ପ୍ରତିଯୋଗିତା ଲାଗି ଗୁରୁବାର ଓଡ଼ିଶା ଦଳ କୋଲ୍କାତା ଯାତ୍ରା କରିିଛି। ଖେଳାଳିମାନେ ହେଲେ ଭାଲିନା ଭାଲେଣ୍ଟିନା, କ୍ରିଷ୍ଣା ଶିକାରୀ, ସିନ୍ଧୁ ତନୟା ଖୁଣ୍ଟିଆ, ସୁସ୍ମିନ ପାଲ୍ଟାସିଂହ, ଅନୁପମା ସ୍ୱାଇଁ, ଅନୁରାଧା ପାତ୍ର, ପାୟଲ ବରାଳ, ଇନ୍ଦୁଜା ମହାନ୍ତି, ଆନନ୍ଦ ଚନ୍ଦ୍ର ବିହାରୀ, କୃଷ୍ଣ ଚନ୍ଦ୍ର ମହାରଣା, କୃଷ୍ଣ ଚନ୍ଦ୍ର ନାୟକ, ଦିଲ୍ଲୀପ ଜେନା, ରାଜେଶ ମହାପାତ୍ର, ଅଭିଷେକ ପଟ୍ଟନାୟକ ଏବଂ ଅନୁରାଧା ପ୍ରତାପସିଂହ। ଏମାନଙ୍କ ସହ ଦୀପକ କୁମାର ସାମନ୍ତରାୟ (ପ୍ରଶିକ୍ଷକ), ଅଭିନାଶ ପୁନ୍ଦିର, ମିର ଅଜମତ୍ ଅଲ୍ଲୀ, ହିମାଂଶୁ ଶେଖର ଦାସ (ଦଳୀୟ ପ୍ରବନ୍ଧକ) ଏହି ଗସ୍ତ କରିଛନ୍ତି। ରେଫରି ଭାବେ ଜୟଦେବ ପଟ୍ଟନାୟକ, ରାଜୀବ ସିଂହ, ସୌମ୍ୟରଂଜନ ଦାସ, ସନ୍ଦୀପ ମହାନ୍ତି, ଅରବିନ୍ଦ ବାରିକ, ଦେବବ୍ରତ ସମ୍ମାଦ ଏବଂ ମିଥୁନ ଚକ୍ରବର୍ତ୍ତି ମଧ୍ୟ କୋଲ୍କତା ଗସ୍ତ କରିଛନ୍ତି। ରାଜ୍ୟ କରାଟେ ସଂଘର ସମ୍ପାଦକ ତଥା ଜାତୀୟ କରାଟେ ସଂଘ ଉପସଭାପତି ଡକ୍ଟର ହରିପ୍ରସାଦ ପଟ୍ଟନାୟକ ରାଜ୍ୟ ପ୍ରତିନିଧି ଭାବେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।
ଜାତୀୟ କରାଟେ ଲାଗି ଓଡ଼ିଶା ଦଳର ଯାତ୍ରା
/sambad/media/post_attachments/wp-content/uploads/2018/01/6-Karate.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)