ଭୁବନେଶ୍ୱର: ଜାତୀୟ ବେଞ୍ଚ୍ପ୍ରେସ୍ ପ୍ରତିଯୋଗିତା ଲାଗି ୨୧ ଜଣିଆ ଓଡ଼ିଶା ଦଳ ଗୁରୁବାର ରାଞ୍ଚି ଯାତ୍ରା କରିଛି। ଏହି ପ୍ରତିଯୋଗିତା ଶୁକ୍ରବାରଠୁ ଆରମ୍ଭ ହୋଇ ରବିବାର ଶେଷ ହେବ। ପ୍ରଶିକ୍ଷକ ଭାବେ ସନ୍ତୋଷ କୁମାର ଭୂୟାଁ ଓ କେ ଦୋରା ଯାତ୍ରା କରିଥଲା ବେଳେ ପ୍ରଦୀପ କୁମାର ମିଶ୍ର ପ୍ରବନ୍ଧକ ରହିଛନ୍ତି। କନିଷ୍ଠ ବିଭାଗରେ ବସନ୍ତ ମାଲେକା, ବିଶ୍ୱଜିତ ଜେନା, ଦିବାକର ଗୋଚ୍ଛାୟତ, ଦୁଷ୍ମନ୍ତ ସାହୁ ଓ ସଦାଶିବ ତ୍ରିପାଠୀ, ବରିଷ୍ଠ ବିଭାଗରେ ବିଚିତ୍ର ନାୟକ, ରୁଦ୍ର ନାରୟଣ ସାହୁ, କୃଷ୍ଣ ଚନ୍ଦ୍ର ପୃଷ୍ଟି ଓ ମହମ୍ମଦ ଜାବେଦ ଆର୍ସାଦ, ମାଷ୍ଟର୍ସ ବିଭାଗରେ ସୁଜିତ କୁମାର ଗିରି, ପ୍ରଶାନ୍ତ କୁମାର ସେନାପତି, ସନ୍ତୋଷ କୁମାର ଭୂୟାଁ, ପ୍ରଫୁଲ୍ଲ ଅମୋଲୋତ୍ୟ, ମନୋଜ କୁମାର ମିଶ୍ର, ପ୍ରଦୀପ କୁମାର ମିଶ୍ର, ବିଜୟ କୁମାର ରାଉତ, ନାରାୟଣ ସେଠୀ, ଏଲ୍ ବାଙ୍ଗୁରୁ ନାଇଡ଼ୁ, ଜୟ ବାତରିଆ, ରାମ ଦେଓ ଦିପ୍ ଏବଂ ବରିଷ୍ଠ ଏକ୍ୟୁପଟ୍ ବିଭାଗରେ କେ ଦୋରା ଭାଗ ନେବେ। ଖେଳାଳିମାନଙ୍କୁ ସଂଘର ସଭାପତି ସାଂସଦ କଲିକେଶ ନାରାୟଣ ସିଂହଦେଓ, ଉପସଭାପତି ଡକ୍ଟର ହରିପ୍ରସାଦ ପଟ୍ଟନାୟକ, କୋଷାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ ଏବଂ ସମ୍ପାଦକ ଇଂ ଚିତ୍ତରଂଜନ ସ୍ୱାଇଁ ଶୁଭେଚ୍ଛା ଜଣାଇଛନ୍ତି।
ଜାତୀୟ ବେଞ୍ଚ୍ପ୍ରେସ୍ ଲାଗି ଓଡ଼ିଶା ଦଳର ରାଞ୍ଚି ଯାତ୍ରା
/sambad/media/post_attachments/wp-content/uploads/2018/03/4-Odisha-Powerlifting-Team-for-National-Bench-press-Championship-2018-at-Ranchi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)