ଜାତୀୟ କରାଟେ ପାଇଁ ଓଡିଶା ଦଳର ପୁନେ ଯାତ୍ରା, ୫ ସ୍ବର୍ଣ୍ଣ ପଦକ ଆଶା

ଭୁବନେଶ୍ବର: ପୁନେଠାରେ ଆସନ୍ତା ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟ କରାଟେ ପ୍ରତିଯୋଗିତାରେ ଭାଗ ନେବା ପ‌ାଇଁ ଓଡ଼ିଶା ଦଳ ମଙ୍ଗଳବାର ଯାତ୍ରା କରିଛି। ବିଶ୍ବ କରାଟେ ସଂଘ ଓ ଏସୀୟ କରାଟେ ସଂଘ ସହ ଅନୁବନ୍ଧିତ କରାଟେ ଇଣ୍ଡିଆ ଅର୍ଗାନାଇଜେସନ (କିଓ) ଦ୍ବାରା ଆୟୋଜିତ ଏହି ପ୍ରତିଯୋଗିତାରୁ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତା ନିମନ୍ତେ ଖେଳାଳି ମନୋନୀତ ହେବେ। ଏହି ପ୍ରତିଯୋଗିତାରେ ଓଡିଶାରୁ ଅଧିକାଂଶ ଜାତୀୟ ଓ ଅନ୍ତର୍ଜାତୀୟ ପଦକ ବିଜେତା ଭାଗ ନେଉଛନ୍ତି। ଏଥର ଓଡ଼ିଶାର ସମସ୍ତ ଖେଳାଳି ପଦକ ଜିତିବା ସମ୍ଭାବନା ଥିବାବେଳେ ଅନ୍ୟୁନ ୫ ସ୍ବର୍ଣ୍ଣ ପଦକ ମିଳିବାର ଆଶା ରହିଛି ବୋଲି ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ରାଜ୍ୟ କରାଟେ ସଂଘ ସମ୍ପାଦିକା ଗୌରୀ ମହାନ୍ତି। ଦଳ ସହ ରାଜୀବ କୁମାର ସିଂ, ଖାରବେଳ ମଲ୍ଲିକ, ଦୀପକ କୁମାର ସାମନ୍ତରା, ସୌମ୍ୟରଞ୍ଜନ ଦାସ, ଦୂର୍ଗା ପ୍ରସାଦ ରଥଙ୍କ ସହ ଓଡିଶା ରାଜ୍ୟ କରାଟେ ସଂଘର ସମ୍ପାଦିକା ଡ. ଗୌରି ମହାନ୍ତି ପୁନେ ଯାତ୍ରା କରିଛନ୍ତି। ଆର୍ଥିକ ଅନାଟନ ସତ୍ତ୍ବେ ରାଜ୍ୟ ସଂଘ ସଦସ୍ୟଙ୍କ ଅବଦାନ ବଳରେ ପ୍ରତି ପିଲା ପିଛା ଖର୍ଚ୍ଚ ହେଉଥିବା ୪୫୦୦ ଟଙ୍କାକୁ ଭରଣା କରାଯାଇଛି।

ଓଡ଼ିଶା ଦଳ: କ୍ୟାଡେଟ (ପୁରୁଷ): ବେଦାନ୍ତ ଦାସ, ଉଦ୍ଧବ ପ୍ରଧାନ, ସାଇ ସ୍ୱରୂପ ବେବର୍ତା, ରିତେଶ ମହାନ୍ତି, ନିଖିଲ ଦାସ ଓ ରଣପ୍ରୀତ ନାୟକ। ମହିଳା: ମଧୁପ୍ରିୟା ବାଇ, ଦୀପ୍ତି ନାମଦେ ଓ ଅଦିତି ପାଣିଗ୍ରାହୀ। ବାଳକ: ଜ୍ୟୋତି ରଞ୍ଜନ ରାଉତ, ଦିବେଶ ବରାଦ, ଆୟୁଷ ରଥ, ରୀତିକ ବରାଳ ଓ ଶୁଭକାନ୍ତ ବିଶ୍ବାଳ। ବାଳିକା: ସୁରୋମିତ ସିହ୍ନା, ନ୍ୟସା କୁମାରୀ ଓ ପ୍ରିୟଦର୍ଶିନୀ ଦାସ। ୨୧ ବର୍ଷର କମ୍‌ ପୁରୁଷ: ତୁଷାର ବିଶ୍ବାଳ, ଭଗବାନ ରେଡ୍ଡୀ, ତ୍ରିନାଥ ରାଣା, ସୁମନ ଶେଖର ଦାସ, ଅରୟାନ ରାଉତ ଓ ରାହୁଲ ଜାଲ। ୨୧ ବର୍ଷରୁ କମ୍‌ ମହିଳା: ବ୍ରତତି ପତି, ଦୀପ୍ତିରାଣୀ ନାୟକ। ବରିଷ୍ଠ ପୁରୁଷ: ଅଭିଷେକ ପଟନାୟକ, ମହେଶ ଡୋରା, ରାଜେଶ ମହାପାତ୍ର, ରିତେଶ ରାୟ, କାମେଶ ମହାପାତ୍ର, କୃଷ୍ଣ ମହାରଣା, ତୁଷାର ବିଶ୍ବାଳ, ଭଗବାନ ରେଡ୍ଡୀ। ବରିଷ୍ଠ ମହିଳା: ଭାଲିନା ଭଲେଣ୍ଟିନା, ଅନୁପମା ସ୍ବାଇଁ, ସିନ୍ଧୁ ଖୁଣ୍ଟିଆ, ସୁସ୍ମିନୀ ପାଲଟାସିଙ୍ଗ, ଚିନ୍ମୟୀ ଭୁୟାଁ, ସାଲୋନୀ ଲେଙ୍କା, ଅନୁରାଧା ପାତ୍ର ଓ ବ୍ରତତି ପତି। ବରିଷ୍ଠ ପୁରୁଷ ଟିମ୍‌ କାଟା: କ୍ରିଷ୍ଣା ଶିକାରୀ, ଯୋଗେଶ ବରିହା, ମହେଶ ଡୋରା ଓ ରଜନୀ ବିଶି। ମହିଳା ଟିମ୍‌ କାଟା: ଅନୁପମା ସ୍ବାଇଁ, ସିନ୍ଧୁ ଖୁଣ୍ଟିଆ, ସୁସ୍ମିନୀ ପାଲଟାସିଙ୍ଗ ଓ ନ୍ୟସା କୁମାରୀ। ବାଳକ ଟିମ କାଟା: ବେଦାନ୍ତ ଦାସ, ଜ୍ୟୋତି ରଞ୍ଜନ ରାଉତ ଓ ରୁଦ୍ର ପ୍ରସାଦ। ବାଳିକା ଟିମ କାଟା: ଅଂଶିତା ସାହୁ, ସାଲୋନୀ ପାତ୍ର ଓ ସୁସ୍ମିତା ବିଶ୍ବାଳ।

ସମ୍ବନ୍ଧିତ ଖବର