ଏସ୍‌ଜିଏଫ୍‌ ଜାତୀୟ ସଫ୍ଟବଲ୍‌ ପାଇଁ ଓଡ଼ିଶା ଦଳର ଛତିଶଗଡ଼ ଯାତ୍ରା

ଭୁବନେଶ୍ୱର: ବିଦ୍ୟାଳୟ କ୍ରୀଡ଼ା ମହାସଂଘ (ଏସ୍‌ଜିଏଫ୍‌) ଆନୁକୂଲ୍ୟରେ ଆୟୋଜିତ ୬୩ତମ ଜାତୀୟ ସଫ୍ଟବଲ୍‌ ପ୍ରତିଯୋଗିତା ଲାଗି ଓଡ଼ିଶା (ଉଭୟ ବାଳକ ଓ ବାଳିକା) ଦଳ ଛତିଶଗଡ଼ ଗସ୍ତ କରିଛି। ଏହି ପ୍ରତିଯୋଗିତା ଛତିଶଗଡ଼ର ରାଜନନ୍ଦଗାଁରେ ଚଳିତମାସ ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ପ୍ରବନ୍ଧକ ଭାବେ ବିଭୁଦତ୍ତ ରଥ ଏବଂ ପ୍ରଶିକ୍ଷକ ଭାବେ ଚିନ୍ମୟ ପଟ୍ଟନାୟକ ଓ ସୁରେଶ କୁମାର ପଟେଲ (ବାଳକ ଦଳ) ଏବଂ ହେମଲତା ବିଶୋଇ (ବାଳିକା ଦଳ) ଦଳ ସହ ଗସ୍ତ କରିଛନ୍ତି। ବାଳକ: ସତ୍ୟବ୍ରତ ସିଂହ, ସତ୍ୟରଂଜନ ନାୟକ, ତପୁ ସିଂହ, ସୁନିଲ ଟୁଡ଼ୁ, ସୁବିଲ ଥାନପତି, କାରି ଭିନିତ କୁମାର, ବଲି ଉଦୟ କୁମାର, ମୁରପଲ୍ଲୀ ଚିଣ୍ଟୁ, ଲକ୍ଷ୍ମଣ ନାଏକ, ଶଚିଦାନନ୍ଦ ବିଶ୍ୱାଳ, ସଂଜୟ କୁମାର ଦାସ, ବିଜୟ ଦାସ, ପାର୍ଥ ସାରଥୀ ପଣ୍ଡା, ସତ୍ୟନାରାୟଣ ଭଟ୍ଟମିଶ୍ର। ବାଳିକା: ଲକ୍ଷ୍ମୀ ସୋରେନ୍‌, ସେମାନ୍ତି ପାଲାକା, ଦାନଗି ମୁର୍ମୁ, ସୁଭଦ୍ରା ଓରାମ, ଲକ୍ଷ୍ମୀ ମୁର୍ମୁ, ମମତା ସିଂହ, ଶୁଭଶ୍ରୀ ବେହେରା, ରୁବି ବେହେରା, ଇପ୍‌ସିତା ସାହୁ, ସସ୍ମିତା ସ୍ୱାଇଁ, ବୈଶାଖୀ ଆରୁକ, ପୋଦୁଲି ଶିବାନୀ, ଇପିଲି ଶୁଭଶ୍ରୀ, ମାମାଲି ବେହେରା।

ସମ୍ବନ୍ଧିତ ଖବର