ଜାତୀୟ କନିଷ୍ଠ ସିପକଟାକ୍ରୋ ପାଇଁ ଓଡ଼ିଶା ଦଳର ପାଟଣା ଯାତ୍ରା

କଟକ: ବିହାରର ପାଟନାଠାରେ ଅନୁଷ୍ଠିତ ହେବାକୁ ଥିବା ୨୬ତମ ଜାତୀୟ କନିଷ୍ଠ ସିପକଟାକ୍ରୋ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ବରିଷ୍ଠ ଉପସଭାପତି ମହମ୍ମଦ ଗୁଲଫାମଙ୍କ ନେତୃତ୍ବରେ ପାଟଣା ଯାତ୍ରା କରିଛି। ବାଳକ ଦଳରେ ଆକାଶ ରେଡୀ ( ଅଧିନାୟକ), ବିକାଶ ରେଡୀ, ଦୀପକ ହିଅଳ, ଅଭିଷେକ ମଲ୍ଲିକ, ଥବିର ନାୟକ, ଗୌର ମାଝୀ, ମନୁଆ ଟୁଡୁ, ଜାହିଦ ଅଲୀ ସାହା, ସେକ୍ ଅରମାନ,ରିୟାଜ ଖାନ, ଅକ୍ଷୟ ମଲ୍ଲିକ, ନୟନ ମୁଣ୍ଡା, ସେୱାଗ ନାୟକ, ରବୀନ୍ଦ୍ର ଜେନା, ମୁରଲୀଧର ବେହେରା, ମ୍ୟାନେଜର ସୁଶାନ୍ତ ଷଡଙ୍ଗୀ, ପ୍ରଶିକ୍ଷକ ଭାବେ ଲଲାଟେନ୍ଦୁ ସ୍ବାଇଁ, ରାମଚନ୍ଦ୍ର ବାରିକ, ଟ୍ରେନର ଆଶିଷ ପ୍ରଧାନ ରହିଛନ୍ତି।

ସେହିଭଳି ବାଳିକା ଦଳରେ ରୁପାଲି ସାହୁ (ଅଧିନାୟିକା), ଅଙ୍କିତା ବେହେରା, ସଙ୍ଗିତା ଗିରି, ଗାୟତ୍ରୀ ସାହୁ, ସିମରନ ଏକ୍କା, ସୁଭଦ୍ରା ‌ସୋରେନ୍, ରାଇମଣି ଟୁଡୁ, ଅର୍ପିତା ନାୟକ, କଳ୍ପନା ମଲ୍ଲିକ, ସୋନାଲି ପଟେଲ, ମଧୁସ୍ମିତା ଭିତରିଆ, ସ୍ମରଣିକା ଦାସ, ସୀମା ପ୍ରଧାନ, ନିର୍ଲିପ୍ତା ସାହୁ, ମ୍ୟାନେଜର ରିତା ବେ‌ହେରା, ପ୍ରଶିକ୍ଷକ ମନିଷା ତରସିଆ, ସରିତା ଶତପଥୀ ପ୍ରମୁଖ ରହିଛନ୍ତି। ସଂଘର ସଭାପତି ସତ୍ୟବ୍ରତ ରଥ, ସାଧାରଣ ସଂପାଦକ ପୃଥୀରାଜ ସାହୁ, ଉପସଭାପତି କୈଳାସ ଚନ୍ଦ୍ର ସାହୁ, ସହ ସଂପାଦକ ପ୍ରସନ୍ନ କୁମାର ରାଉତ, କୋଷାଧ୍ୟକ୍ଷ ବିନୋଦ କୁମାର ସ୍ବାଇଁ, କାର୍ଯ୍ୟକାରୀ ସଂପାଦକ ତଥା ପ୍ରତିଷ୍ଠାତା ସହଦେବ ରାଉତ, ନିରୋଦ କୁମାର ସ୍ବାଇଁ, କାର୍ଯ୍ୟକାରୀ ସଂପାଦକ ତଥା ପ୍ରତିଷ୍ଠାତା ସହଦେବ ରାଉତ ପ୍ରମୁଖ ଦଳକୁ ଶୁଭେଚ୍ଛା ଜଣାଇନ୍ତି।

ସମ୍ବନ୍ଧିତ ଖବର