କଟକ: ଜାତୀୟ ମହିଳା ଫୁଟ୍ବଲ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ପଞ୍ଜାବର ଅମୃତସର ଯାତ୍ରା କରିଛି। ଗୋଲକିପର ଭାବେ ସସ୍ମିତା ପରିଡ଼ା, ସ୍ପନ୍ଦିତା ଦାସ, ମଂଜୁ ଗଂଝୁ, ଡିଫେଣ୍ଡରରେ କରିସ୍ମା ଓରାମ, ସୁମିତା ତନ୍ତି, ଶ୍ରଦ୍ଧାଞ୍ଜଳି ପଣ୍ଡା, ମମତା ପାତ୍ର, ଜୁଲି କିଶାନ, ଭାରତୀ ଦାସ, କାମିନୀ ମୁଣ୍ଡା, ମିଡ଼ଫିଲଡରେ ବନ୍ୟା କବିରାଜ, ମୁନିକା ମିଂଜ, ସୁମିତ୍ରା ହେମ୍ବ୍ରମ, ମାଳତୀ ମୁଣ୍ଡା, ପୂଣ୍ଣିମା ରାଓ, ନିକିତା ବିଶି, ଫରୱାର୍ଡରେ ସତ୍ୟବତୀ ଖଡିଆ, ଯଶୋଦା ମୁଣ୍ଡା, ସୁଭଦ୍ରା ସାହୁ, ପ୍ୟାରି ଖାଖା, ଦୀପା ନାୟକ, ସୁମିତ୍ରା ବେହେରା ସ୍ଥାନ ପାଇଛନ୍ତି। ମୁଖ୍ୟ ପ୍ରଶିକ୍ଷକ ଭାବେ ମହମ୍ମଦ ସାହିଦ ଜାବର, ସହକାରୀ ଭାବେ ଗାୟତ୍ରୀ ମଲ୍ଲିକ, କଳ୍ପନା ବେହେରା, ଫିଜିଓ ଭାବେ ଡକ୍ଟର ଅମନ ଉବେଦ ଗସ୍ତ କରିଛନ୍ତି। ଜୁଲାଇ ୧୪ ତାରିଖରେ ଓଡ଼ିଶା ଝାଡ଼ଖଣ୍ଡ ସହ ଖେଳି ନିଜ ଗ୍ରୁପ୍ ‘ଏ’ ଅଭିଯାନ ଆରମ୍ଭ କରିବ। ୧୬ରେ ତାମିଲନାଡୁ, ୧୮ରେ ପଞ୍ଜାବ, ୨୦ରେ କର୍ଣ୍ଣାଟକ ଏବଂ ୨୨ରେ ଚଣ୍ଡିଗଡ଼ ସହ ଖେଳିବ।
ଜାତୀୟ ମହିଳା ଫୁଟ୍ବଲ୍ ପାଇଁ ଓଡ଼ିଶା ଦଳର ପଞ୍ଜାବ ଯାତ୍ରା
/sambad/media/post_attachments/wp-content/uploads/2023/06/654g65jgjdgjdgjd.jpg)