ଫେଡେରେସନ୍‌ କପ୍‌ ପେନ୍‌ଚାକ୍‌ ସିଲାଟ୍‌ ପାଇଁ ଓଡ଼ିଶା ଦଳ

ସମ୍ବଲପୁର: ମୁମ୍ବାଇରେ ଆସନ୍ତା ୨୮ ଓ ୨୯ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଫେଡେରେସନ୍‌ କପ୍‌ ପେନ୍‌ଚାକ୍‌ ସିଲାଟ୍‌ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ୧୫ ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି। ପ୍ରତିଯୋଗିତା କନିଷ୍ଠ ଓ ବରିଷ୍ଠ ବର୍ଗରେ ଖେଳାଯିବ। କନିଷ୍ଠ ବର୍ଗର ବିଜୟୀ ପ୍ରତିଯୋଗୀମାନେ ଆସନ୍ତା ବର୍ଷ କନିଷ୍ଠ ବିଶ୍ୱ ପେନ୍‌ଚାକ୍‌ ସିଲାଟ୍‌ରେ ଦେଶର ପ୍ରତିନିଧିତ୍ୱ କରିବେ। ସେହିପରି ବରିଷ୍ଠ ବର୍ଗର ବିଜୟୀ ପ୍ରତିଯୋଗୀମାନେ ଆସନ୍ତା ବର୍ଷ ଇଣ୍ଡେନେସିଆରେ ହେବାକୁ ଥିବା ଏସୀୟ କ୍ରୀଡ଼ାରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇବେ।

ରାଜ୍ୟ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇ ଜାତୀୟ ପ୍ରତିଯୋଗିତା ପାଇଁ ମନୋନୀତ ପ୍ରତିଯୋଗୀମାନେ ହେଲେ ଅନୁରାଗ ପଟେଲ, ଆଦିତ୍ୟ ଶର୍ମା, ପାୟଲ ବାବୁ, ପ୍ରିୟାଂଶୁ ପଣ୍ଡା, ନିଧି ଯାଦବ, ଯସମିନ ଅଗ୍ରଓ୍ଵାଲ, ସିମରନ ନାୟକ (ସମସ୍ତେ କନିଷ୍ଠ ବର୍ଗ), ଶିବପ୍ରସାଦ ଭୋସାଗର, ପଙ୍କଜ ପଣ୍ଡିତ, ରମଣୀ ହଳଦି, ଦୀପକ ଦାସ, ମାରି ନାଇଡୁ, ତପସ୍ୱିନୀ ନାୟକ (ସମସ୍ତେ ବରିଷ୍ଠ), ଆଶୁତୋଷ ନାୟକ (ପ୍ରବନ୍ଧକ), ମନୋରଂଜନ ଭଞ୍ଜ (ପ୍ରଶିକ୍ଷକ)। ପ୍ରତିଯୋଗୀମାନଙ୍କୁ ପେନ୍‌ଚାକ ସିଲାଟ୍‌ ସଂଘ ଓଡ଼ିଶାର ସାଧାରଣ ସଂପାଦକ ପ୍ରେମସିଂହ ଥାପ୍ପା, ଉପସଭାପତି ରବୀନ୍ଦ୍ର ଚୌଧୁରୀ ଏବଂ ଉପଦେଷ୍ଟା ସୁନ୍ଦରମଣି ବାରିକ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର