ଭୁବନେଶ୍ୱର: ତେଲେଙ୍ଗାନାର ହାଇଦ୍ରାବାଦରେ ହେବାକୁ ଥିବା ଦ୍ୱିତୀୟ କନିଷ୍ଠ (୧୭ ବର୍ଷରୁ କମ୍) ଜାତୀୟ ଟେନିସ୍ କ୍ରିକେଟ୍ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ଶୁକ୍ରବାର ଯାତ୍ରା କରିଛି। ୨୪ ଦଳୀୟ ଏହି ପ୍ରତିଯୋଗିତା ଜାନୁଆରି ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିଲାଗି ୪୦ ଜଣ ଖେଳାଳିଙ୍କୁ ନେଇ ଓଡ଼ିଶା ଟେନିସ୍ କ୍ରିକେଟ୍ ସଂଘ ପକ୍ଷରୁ ନହରାକଣ୍ଟାସ୍ଥିତ ମହାରଥୀ ବିଦ୍ୟାପୀଠ ପଡ଼ିଆରେ ଏକ ଶିବିର ଆୟୋଜିତ ହୋଇଥିଲା। ଏଥିରୁ ୧୫ ଜଣିଆ ଦଳ ଚୟନ କରାଯାଇଥିଲା। ଦଳ: ଦୀପକ କୁମାର ପରିଡ଼ା (ଅଧିନାୟକ), ସ୍ମୃତି ଚନ୍ଦନ ଦାସ, ପ୍ରସାଦ ଖୁଣ୍ଟିଆ, ମାନସ ମୁଖୀ, ରାହୁଲ ସୁନ୍ଦରାୟ, ନବକିଶୋର ଦାସ, ମହମ୍ମଦ ଇର୍ଫାନ୍, ବିକ୍ରମ ଦାସ, ପରମେଶ୍ୱର ଦାସ, ସନ୍ଦୀପ ସ୍ୱାଇଁ, ସନ୍ତୋଷ ପ୍ରଧାନ, ରୋମିଓ ରଂଜନ ବାରିକ, ଋତିକ୍ ରୋଶନ ନାୟକ, ବିଜୟ କୁମାର ପାତ୍ର, ଆଦିତ୍ୟ ମହାପାତ୍ର। ଦୀପକ କୁମାର ମଲ୍ଲିକ (ପ୍ରଶିକ୍ଷକ), ବାସୁଦେବ ଓଝା (ପ୍ରବନ୍ଧକ) ଏବଂ ସୁଧାକର ମୁଦୁଲି (ଉପ-ପ୍ରବନ୍ଧକ/କୋଷାଧ୍ୟକ୍ଷ) ଦଳ ସହ ହାଇଦ୍ରାବାଦ ଯାତ୍ରା କରିଛନ୍ତି। ଦଳକୁ ଓଡ଼ିଶା ସଂଘ ଉପସଭାପତି ରାଜେନ୍ଦ୍ର ମହାରଣା ଓ ଭାରତୀୟ ସଂଘ ବୈଷୟିକ ଅଧ୍ୟକ୍ଷ ତଥା ଚୟନକର୍ତା ରିଣ୍ଟୁ ମିତ୍ର ଶୁଭେଚ୍ଛା ଜଣାଇଛନ୍ତି।
ଓଡ଼ିଶା ଟେନିସ୍ କ୍ରିକେଟ୍ ଦଳର ହାଇଦ୍ରାବାଦ ଯାତ୍ରା
/sambad/media/post_attachments/wp-content/uploads/2018/01/6-Tennis-Cricket.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)