ଭୁବନେଶ୍ବର : ନୀଳାଚଳ ସ୍ପୋର୍ଟସ ଫାଉଣ୍ଡେସନ୍ ଆନୁକୂଲ୍ୟରେ ଭୁବନେଶ୍ବରସ୍ଥତି କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଓଡ଼ିଶା ଟେନିସ୍ ପ୍ରିମିୟର ଲିଗ୍ (ଓଟିପିଏଲ୍)ର ତୃତୀୟ ସଂସ୍କରଣ ବୁଧବାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ କରମଣ୍ଡଳରେ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ କ୍ରୀଡ଼ା ସଚିବ ବିଶାଲ ଦେବ, କିଟ୍ ଓ କିସ୍ର ଉପକୁଳପତି ସସ୍ମିତା ସାମନ୍ତ, କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାଶ, ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଅକ୍ଷୟ କୁମାର ପରିଜା ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ଟେନିସ୍ ସଂଘର ତତ୍ବାବଧାନରେ ଆୟୋଜିତ ଏହି ୫ ଦିନିଆ ପ୍ରତିଯୋଗିତାରେ ମୋଟ ୮ ଦଳ ଭାଗ ନେଉଥିଲା ବେଳେ ପ୍ରତି ଦଳରେ ୮ ଲେଖାଏଁ ଖେଳାଳି ରହିଛନ୍ତି। ଏହି ୮ ଦଳ ଗୁଡ଼ିକ ହେଲା ଭଦ୍ରକ ଭିକ୍ଟର୍ସ, ଭୁବନେଶ୍ବର ୱାରିୟର୍ସ, କ୍ୟାପିଟାଲ୍ କିଙ୍ଗ୍ସ, କଟକ କଙ୍କର୍ସ, କେନ୍ଦ୍ରାପଡ଼ା କଣ୍ଟେଣ୍ଡର୍ସ, କେଜିଆର୍ ଯାଜପୁର ସୁଟର୍ସ, କିଟ୍ କିଲର୍ ବିଜ୍, ପାରୁଲ ପାନାସୋନିକ୍ ପୁରୀ ୱେଭର୍ସ। ୨୦୧୭ରେ ଆମେ ଏହି ପ୍ରତିଯୋଗିତା ଆରମ୍ଭ କରିଥିଲୁ। ଏହା ଏବେ ତୃତୀୟ ବର୍ଷରେ ପଦାର୍ପଣ କରିଛି। ବହୁ ଅନ୍ତର୍ଜାତୀୟ ତାରକା ଏଥିରେ ଭାଗ ନେଉଥିଲା ବେଳେ ସ୍ଥାନୀୟ ଖେଳାଳିମାନେ ଅଭିଜ୍ଞତା ହାସଲ କରିବାର ସୁଯୋଗ ପାଉଛନ୍ତି। ଚଳିତ ବର୍ଷ ୩୨ କନିଷ୍ଠ ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେଉଥିବାରୁ ସେମାନେ ବରିଷ୍ଠ ଖେଳାଳିଙ୍କଠୁ ପେସାଗତ ଏବଂ ଶୈଳୀ ଶିଖିବାର ସୁଯୋଗ ମିଳିବ ବୋଲି ପ୍ରତିଯୋଗିତାର ନିର୍ଦେଶକ ଦିଲୀପ ମହାନ୍ତି କହିଛନ୍ତି।
ଓଡ଼ିଶା ଟେନିସ୍ ପ୍ରିମିୟର ଲିଗ୍ ଉଦ୍ଘାଟିତ
/sambad/media/post_attachments/wp-content/uploads/2019/12/2-Odisha-Tennis-Premier-League-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)