ଓଡ଼ିଶା ଟେନିସ୍‌ ଭଲିବଲ୍‌ ଦଳର ମହାରାଷ୍ଟ୍ର ଯାତ୍ରା

କଟକ: ମହାରାଷ୍ଟ୍ରରେ ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ୧୯ତମ ଜାତୀୟ ଟେନିସ୍‌ ଭଲିବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ପୁରୁଷ ଓ ମହିଳା ଦଳ ବୁଧବାର ମହରାଷ୍ଟ୍ର ଯାତ୍ରା କରିଛନ୍ତି। ଦଳ ସହିତ ଆଶୁତୋଷ ପାତ୍ର ପ୍ରଶିକ୍ଷକ ଭାବେ ରହିଥିଲା ବେଳେ ସ୍ମୃତିରଂଜନ ମହାପାତ୍ର ପୁରୁଷ ଦଳ ପ୍ରବନ୍ଧକ ଓ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ ମହିଳା ଦଳର ପ୍ରବନ୍ଧକ ଭାବେ ଦଳ ସହିତ ଯାତ୍ରା କରିଛନ୍ତି। ପୁରୁଷ ଦଳ: ସୌମ୍ୟ ରଂଜନ ଓଝା, ସ୍ମୃତି ରଂଜନ ପ୍ରଧାନ, ଜ୍ୟୋତି ରଂଜନ ଆଚାର୍ଯ୍ୟ, ଅନୁଭବ ଡିଗଲ, ଆଶିଷ ଦାଶ, ସତ୍ୟ ବିପ୍ଳବ ମିଶ୍ର, ନୀଳମାଧବ ବେହେରା। ମହିଳା ଦଳ: କ୍ରୀଷ୍ଣାପ୍ରୀୟା ସାହୁ, ସ୍ୱପ୍ନାପ୍ରିୟା ସାହୁ, ସଞ୍ଜନା ସାହୁ, ସ୍ୱାଗତିକା ତୁର୍କ, ଶୁଭଶ୍ରୀ ସାସ୍‌ମଲ୍‌, ଟୁନୀପ୍ରଭା ବେହେରା।

ସମ୍ବନ୍ଧିତ ଖବର