ଓଡ଼ିଶା ଟେନିସ୍‌ ଭଲିବଲ୍‌ ଖେଳାଳି ଚୟନ ୧୮ରେ

ଭୁବନେଶ୍ୱର: ଚଳିତ ମାସ ୨୪ରୁ ୨୬ ତାରିଖ ତିନି ଦିନ ଧରି ୧୯ତମ ଜାତୀୟ ମିଡିଓ ୟୁଥ୍‌ ଟେନିସ୍‌ ଭଲିବଲ୍‌ ପ୍ରତିଯୋଗିତା ହାଇଟେକ୍‌ ମେଡିକାଲ କଲେଜ ପରିସରରେ ଆୟୋଜିତ ହେବ। ଏଥିରେ ଭାଗ ନେବା ପାଇଁ ଓଡ଼ିଶା ଟେନିସ୍‌ ଭଲିବଲ୍‌ ସଂଘ ଆସନ୍ତା ୧୮ ତାରିଖରେ ଦଳ ଚୟନ କରିବ। ହାଇଟେକ୍‌ ମେଡିକାଲ୍‌ କଲେଜ ପରିସରରେ ଖେଳାଳି ଚୟନ ପରେ ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଖେଳାଳିମାନଙ୍କୁ ନେଇ ପ୍ରସ୍ତୁତି ଶିବିର ଆୟୋଜନ ହେବ। ଆଗ୍ରହୀ ଖେଳାଳିମାନେ ନିଜ ନିଜର ଜିଲ୍ଲା ସଂପାଦକଙ୍କ ଜରିଆରେ ୧୮ ତାରିଖ ଚୟନ ଶିବିରରେ ଯୋଗଦେଇପାରିବେ ବୋଲି ଓଡ଼ିଶା ସଂଘ ପକ୍ଷରୁ ଯୁଗ୍ମ ସଂପାଦକ ସ୍ମୃତିରଞ୍ଜନ ମହାପାତ୍ର ଏକ ବିବୃତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର