ଓଡ଼ିଶା ଥ୍ରୋ ବଲ୍‌ ଦଳର ଚଣ୍ତିଗଡ଼ ଯାତ୍ରା

କଟକ: ୪୧ତମ ଜାତୀୟ ବରିଷ୍ଠ ଥ୍ରୋ ବଲ୍‌ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ଚଣ୍ତିଗଡ଼ ଯାତ୍ରା କରିଛି। ଏହି ପ୍ରତିଯୋଗିତା ଡିସେମ୍ବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଜଟଣୀଠାରେ ଶେଷ ହୋଇଥିବା ରାଜ୍ୟ ବରିଷ୍ଠ ଥ୍ରୋ ବଲ୍‌ ପ୍ରତିଯୋଗିତାରୁ ଓଡ଼ିଶା ଦଳର ଚୟନ କରାଯାଇଛି। ମହିଳା ବିଭାଗରେ ଶୁଭଦର୍ଶିନୀ ଜେନା, ପୁଷ୍ପଲତା ପ୍ରଧାନ, ସବିତା ସାହୁ, ନିବେଦିତା ନାୟକ, ପୁଷ୍ପାଞ୍ଜଳି ପତି, ପ୍ରିୟଙ୍କା ବିଶ୍ବାଳ, ମାନସୀ ପ୍ରଧାନ, ନିକି ଝା, ସ୍ନିଗ୍ଧା ମହାନ୍ତି, ଗୋଲାପ ସ୍ବାଇଁ, ରେଖା ଦାସ, ଗୋଲାପି ନାୟକ, ଜୟନ୍ତୀ ପଟେଲ ସ୍ଥାନ ପାଇଛନ୍ତି। ସେହିପରି ପୁରୁଷ ବିଭାଗରେ ରାଜେଶ କୁମାର ପ୍ରଧାନ, ଦେବାଶିଷ ସ୍ବାଇଁ, ସୌମ୍ୟକାନ୍ତ ପ୍ରଧାନ, ସୁବ୍ରତ କୁମାର ଭଞ୍ଜ, ଏସ୍‌ ଜଗା ରେଡ୍ଡୀ, ମହମ୍ମଦ ନକିବ୍‌, ସୂର୍ଯ୍ୟକାନ୍ତ ସ୍ବାଇଁ, ସ˚ଜୟ କୁମାର ବେହେରା, ସୁଧିର କୁମାର ମଲ୍ଲିକ, ରମେଶ ଗୋଚ୍ଛାୟତ, ସୁଶାନ୍ତ କୁମାର ଦାସ, ହରିଶଙ୍କର ତ୍ରିପାଠୀ, ଅଜିତ ସାହୁ, ବଦ୍ରି ନାରାୟଣ ନାୟକ ଓଡ଼ଶାକୁ ପ୍ରତିନିଧିତ୍ବ କରିବେ। ସୁଚିତ୍ରା ମହାନ୍ତି ମହିଳା ପ୍ରଶିକ୍ଷକ ଓ ଯଶୋବନ୍ତ ପରମଗୁରୁ ପୁରୁଷ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ରଚନା ନାୟକ ଓ ସତିକାନ୍ତ ପଟ୍ଟନାୟକ ପ୍ରବନ୍ଧକ ଭାବେ ଏବ˚ ଜାତୀୟ ରେଫରୀ କୈଳାସ ଚନ୍ଦ୍ର ବାରିକ ଓ ଓଡ଼ିଶା ଥ୍ରୋବଲ୍‌ ସ˚ଘ ସମ୍ପାଦକ ଜିତେନ୍ଦ୍ର ନାଥ ଦାସ ଦଳ ସହିତ ଚଣ୍ତିଗଡ଼ ଯାତ୍ରା କରିଛନ୍ତି। ଓଡ଼ିଶା ଥ୍ରୋ ବଲ୍‌ ସ˚ଘର ସଭାପତି ଭୂପିନ୍ଦର ସି˚ହ, କ୍ରୀଡ଼ା ସ˚ଗଠକ ଅଶୋକ କୁମାର ପାତ୍ର, କୃଷ୍ଣଚନ୍ଦ୍ର ଦାସ ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର