ଭୁବନେଶ୍ବର: ଚଳିତ ମାସ ୧୧ ତାରିଖରୁ ଦିଲ୍ଲୀର ରୋହିଣୀଠାରେ ଆୟୋଜିତ ୪୫ତମ ଜାତୀୟ ବରିଷ୍ଠ ଥ୍ରୋ-ବଲ୍ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ସୋମବାର ଯାତ୍ରା କରିଛି। ଶୁଭଦର୍ଶିନୀ ଜେନା ଓ ସୁଧାସିନୀ ସାହୁ ମହିଳା ଦଳର ଅଧିନାୟିକ ଓ ଉପଅଧିନାୟିକା ରହିଛନ୍ତି। ପୁରୁଷ ଦଳର ଅଧିନାୟକ ସୁଶାନ୍ତ ଦାସ ଥିଲା ବେଳେ ପ୍ରବନ୍ଧକ ରହିଛନ୍ତି ଅଭିଜିତ ମହାନ୍ତି। ରେଫରି ଭାବେ ଯଶୋବନ୍ତ ପରମଗୁରୁ, ଏସ୍. ଜଗାରେଡ୍ଡୀ ଓ ଦୀପ୍ତିରଞ୍ଜନ ସାମନ୍ତରାୟ ଦଳ ସହ ଦିଲ୍ଲୀ ଯାଇଥିବା ଓଡ଼ିଶା ଥ୍ରୋ-ବଲ୍ ସଂଘର ସଂପାଦକ ଜିତେନ୍ଦ୍ର ନାଥ ଦାସ ଜଣାଇଛନ୍ତି। ଓଡ଼ିଶା ଦଳକୁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି, କ୍ରୀଡ଼ା ବିଭାଗ ଯୁଗ୍ମସଚିବ ଶୈଳେନ୍ଦ୍ର ଜେନା, ହରେଶ କୁମାର ମିଶ୍ର ଏବଂ ଓଡ଼ିଶା ଥ୍ରୋ-ବଲ୍ ସଂଘର ସଭାପତି ଭୂପେନ୍ଦ୍ର ସିଂହ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।
ଓଡ଼ିଶା ଥ୍ରୋ-ବଲ୍ ଦଳର ଦିଲ୍ଲୀ ଯାତ୍ରା
/sambad/media/post_attachments/wp-content/uploads/2024/02/gdjdggjgjg.jpg)