ଓଡ଼ିଶା ଟେନିସ୍‌ ପ୍ରିମିୟର୍‌ ଲିଗ୍‌ ଆରମ୍ଭ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ରବିବାରଠାରୁ ଓଡ଼ିଶା ଟେନିସ୍‌ ପ୍ରିମିୟର୍‌ ଲିଗ୍ର ପ୍ରଥମ ସଂସ୍କରଣ ଆରମ୍ଭ ହୋଇଛି। ରାଜ୍ୟର ୩୨ ଜଣ ପ୍ରମୁଖ ଖେଳାଳିଙ୍କୁ ନେଇ ଆୟୋଜିତ ଲିଗ୍‌ର ପ୍ରଥମ ଦିବସରେ ଶୀର୍ଷମାନ୍ୟତାପ୍ରାପ୍ତ ଚିନ୍ମୟ ପ୍ରଧାନଙ୍କ ନେତୃତ୍ୱାଧିନ ଖୋର୍ଧା ଓ୍ଵାରିୟର୍ସ ୩-୨ରେ କେନ୍ଦ୍ରାପଡ଼ାକୁ ପରାସ୍ତ କରିଛି। ହେନାମିକା କରିନା ସାହୁଙ୍କୁ ସାଥୀ କରି ଚିନ୍ମୟ ମଧ୍ୟ ମିଶ୍ରିତ ଯୁଗଳ ମୁକାବିଲା ଜିତିଥିଲେ। ଅନ୍ୟମୁକାବିଲାଗୁଡ଼ିକରେ ଭଦ୍ରକ ଭିକ୍ଟର୍ସ ୩-୨ରେ ପୁରୀ େଓ୍ଵଭର୍ସକୁ, କଟକ କନକ୍ୱେର୍ସ ୩-୨ରେ ସୁନ୍ଦରଗଡ଼ ବୀରାନ୍‌ସକୁ, ଅନୁଗୁଳ ଏସର୍ସ ସମାନ ୩-୨ ବ୍ୟବଧାନରେ ସମ୍ବଲପୁର ସୁଟର୍ସକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛନ୍ତି। ଓଡ଼ିଶା ଟେନିସ୍‌ ସଂଘ ସମ୍ପାଦକ ଆଇଏଏସ୍‌ ମଧୁସୂଦନ ପାଢ଼ୀ, ଏନଟିପିସି ନିର୍ଦେଶକ କୁଳମଣୀ ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର