କଟକ : ଓଡ଼ିଶା ଟ୍ବେଣ୍ଟି-୨୦ କ୍ରିକେଟ୍ ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ ଓଡ଼ିଶା ଲାୟନ୍ସ ଓ ଓଡ଼ିଶା ଜାଗୁଆର୍ସ ବିଜୟୀ ‌ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ଲ‌ାୟନ୍ସ୍‌ ୪ ୱିକେଟ୍‌ରେ ଓଡ଼ିଶା ପୁମାସ୍‌କୁ ହରାଇଛି। ଓଡ଼ିଶା ଲାୟନ୍ସ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା। ରାକେଶ ପଟ୍ଟନାୟକଙ୍କ ୪୪ ରନ୍‌ ସହାୟତାରେ ଓଡ଼ିଶା ପୁମାସ୍‌ ୧୮ ଓଭରରେ ୯ ୱିକେଟ୍ ହରାଇ ୧୩୦ ରନ୍ କରିଥିଲା। ପ୍ରଦୀପ କୁମାର ପ୍ରଧାନ ୩୧ ରନ୍ ବ୍ୟୟ କରି ୪ୱିକେଟ୍‌ ନେଇଥିଲେ। ଜବାବରେ ଓଡ଼ିଶା ଲାୟନ୍ସ୍‌ ୧୭.୨ ଓଭରରେ ୬ ୱିକେଟ୍ ହରାଇ ମ୍ୟାଚ୍‌ ଜିତିଥିଲା। ବିପ୍ଳବ ସାମନ୍ତରାୟ ୨୧ଟି ବଲ୍‌ରୁ ଦ୍ରୁତ ୩୬ ରନ୍ କରି ଦଳକୁ ଜିତାଇଥିଲେ।

Advertisment

publive-image

ପ୍ରଦୀପ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ଦ୍ବିତୀୟ ମ୍ୟାଚ୍‌ରେ ଓଡ଼ିଶା ଜାଗୁଆର୍ସ ୮ ୱିକେଟ୍‌ରେ ଓଡ଼ିଶା ଟାଇଗର୍ସକୁ ହ‌ରାଇଛି। ଓଡ଼ିଶା ଟାଇଗର୍ସ ୧୭.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୫୭ ରନ୍ କରିଥିଲା। ପ୍ରଶାନ୍ତ ଠାକ୍କର ୩ ୱିକେଟ୍‌ ନେଇ ଟାଇଗର୍ସର ବିପର୍ଯ୍ୟୟ ଘଟାଇଥିଲେ। ବିଜୟ ଲକ୍ଷ୍ୟକୁ ଜାଗୁଆର୍ସ ୮.୪ ଓଭରରେ ୨ ୱିକେଟ୍‌ ବିନିମୟରେ ହାସଲ କରିଥିଲା। ସ୍ନେହାଶୁଂ ଭରଦ୍ବାଜ ୨୪* ଓ ଗୋବିନ୍ଦ ପୋଦ୍ଦାର ୧୪ ରନ୍‌ କରି ଦଳକୁ ଜିତାଇଥିଲେ। ଏହି ମ୍ୟାଚ୍‌ରେ ପ୍ରଶାନ୍ତଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।