କଟକ : ଓଡ଼ିଶା ଟ୍ବେଣ୍ଟି-୨୦ କ୍ରିକେଟ୍ ଲିଗ୍ର ଆଜି ଅନୁଷ୍ଠିତ ମ୍ୟାଚ୍ରେ ଓଡ଼ିଶା ଚିତାସ୍ ୫ ୱିକେଟ୍ରେ ଓଡ଼ିଶା ପୁମାସ୍କୁ ହରାଇଛି। ପୁମାସ୍ ଟସ୍ ଜିତି ୧୨ ଓଭର ୭ ୱିକେଟ୍ ହରାଇ ୮୪ ରନ୍ କରିଥିଲା। ଜବାବରେ ଚିତାସ୍ ୧୨ ଓଭରରେ ୫ ୱିକେଟ୍ ହରାଇ ୮୯ ରନ୍ କରି ବିଜୟୀ ହୋଇଥିଲା। ଚିତାସ୍ର ଗୌରବ ଚୌଧୁରୀ ୨୬ ରନ୍ (୧୭ ବଲ୍) ଏବଂ ପୁମାସ୍ର ବିନାୟକ ପାଇକରାୟ ୨୫ ରନ୍ (୧୭ ବଲ୍) କରିଥିଲେ। ଚିତାସ୍ର ସୁମିତ ଶର୍ମା ଓ ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ସୁମିତ ଶର୍ମା ମ୍ୟଚ୍ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ବର୍ଷା ଯୋଗୁଁ ଜାଗୁଆର୍ସ ଓ ଲାୟନ୍ସ ମ୍ୟାଚ୍ ବାତିଲ ହୋଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp