କଟକ: ଓଡ଼ିଶା ଟ୍ବେଣ୍ଟି-୨୦ କ୍ରିକେଟ୍ ଲିଗ୍‌ର ରବିବାର ମ୍ୟାଚ୍‌ରେ ଓଡ଼ିଶା ଚିତାସ୍ ୬ ୱିକେଟ୍‌ରେ ଓଡ଼ିଶା ଲାୟନ୍ସକୁ ହରାଇଛି। ଚିତାସ୍ ଟସ୍ ଜିତି ପ୍ରଥମେ ଫିଲ୍‌ଡିଂ ନିଷ୍ପତ୍ତି ନେଇଥିଲା। ଲାୟନ୍ସ ୬ ଓଭରରେ ୬ ୱିକେଟ୍‌ ହରାଇ ୫୨ ରନ୍‌ କରିଥିଲା। ଜବାବରେ ଚିତାସ୍ ୬ ଓଭରରେ ୪ ୱିକେଟ୍‌ ହରାଇ ୫୩ ରନ୍ କରି ବିଜୟୀ ହୋଇଥିଲା। ଚିତାସ୍‌ର ଦେବେନ୍ଦ୍ର କହଁର ୩୯ (୨୧ ବଲ୍‌) ରନ୍ କରିଥିଲେ। ଲାୟନ୍ସର ବିପ୍ଳବ ସାମନ୍ତରାୟ ୨୮ (୧୬ ବଲ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।