ଭୁବନେଶ୍ବର: ଓଡ଼ିଶା ରୋଲ ବଲ୍‌ ସଂଘ ବୁଧବାର ୧୭ ବର୍ଷରୁ କମ୍‌ ଜାତୀୟ ପ୍ରତିଯୋଗିତା ଲାଗି ୧୧ ଜଣିଆ ଦଳ ଘୋଷଣା କରିଛି। ଏହି ପ୍ରତିଯୋଗିତା ଚଳିତ ମାସ ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ପୁଣେରେ ଆୟୋଜିତ ହେବ। ଏଥସହ ସମାନ ସମୟରେ ପୁଣେର ବାଲୱାଡି ଷ୍ଟାଡିୟମରେ ଖେଳାଯିବାକୁଥିବା ଷଷ୍ଠ ରୋଲ୍‌ ବଲ୍‌ ବିଶ୍ବକପ୍‌ ଦେଖିବାର ସୁଯୋଗ ପାଇବେ ଏହି ଖେଳାଳିମାନେ। ବୁଧବାର ଏହି ଉଦୀୟମାନ ଖେଳାଳିମାନଙ୍କୁ ସ୍ଥାନୀୟ କଳିଙ୍ଗ ‌ଷ୍ଟାଡିୟମଠାରେ କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ରଞ୍ଜିତ କୁମାର ପରିଡ଼ା ଏବଂ ଓଡ଼ିଶା ରୋଲ ବଲ୍‌ ସଂଘ ସମ୍ପାଦକ ପାର୍ଥ ସାରଥୀ ଜେନା ସମ୍ବର୍ଦ୍ଧିତ କରିଥିଲେ।

Advertisment

ଓଡ଼ିଶା ଦଳ: ଦେବ କୁମାର ନାୟକ, ଅୟୁଷ ଜେନା, ପ୍ରତୀକ ଅର୍ଣ୍ଣବ ଜେନା, ଅଭିଶାନ୍ତ ପାଣିଗ୍ରାହୀ, କୌସ୍ତୁଭ ପଟ୍ଟନାୟକ, ଅର୍ମାନ ସୁଦିଧି, ପ୍ରୀତ ପ୍ରିତମ ଜେନା, ସ୍ବସ୍ତିକ ସୁକୁମାର ପ୍ରହରାଜ, ପ୍ରୀତୀଶ ଆର୍ଯ୍ୟନ ଜେନା, ରୋହିତ କୁମାର ଭୋଇ ଓ ସାଇ ଶ୍ରୀୟାଂଶି ‌ରାଉତ।