କଟକ: ଆସନ୍ତା ୨୮ ତାରିଖରୁ ଗୁରୁଗ୍ରାମ କ୍ରିକେଟ୍‌ ଷ୍ଟାଡିୟମ, ସୁଲତାନପୁରରେ ଆରମ୍ଭ ହେବାକୁ ଥିବା ୨୩ ବର୍ଷରୁ କମ୍ ‌ଷ୍ଟେଟ୍‌ ଏ’ ଟ୍ରଫି ଏକଦିବସୀୟ ପ୍ରତ‌ିଯୋଗିତା ପାଇଁ ଆଜି ୧୬ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ବରିଷ୍ଠ ଚୟନ ସମିତି ଅଧ୍ୟକ୍ଷ ଅମିୟ ରାୟ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ୧୯ ବର୍ଷରୁ କମ ଦଳ‌ରେ ଭଲ ପ୍ରଦର୍ଶନ ପାଇଁ ଶ୍ରେୟାଂସୁ ଭରଦ୍ବାଜଙ୍କୁ ଏହି ଦଳରେ ସାମିଲ କରାଯାଇଛି।

Advertisment

ଅନିଲ ପରିଡ଼ାଙ୍କ ନେତୃତ୍ବରେ ଘୋଷିତ ଏହି ଦଳରେ ସାଇଦୀପ ମହାପାତ୍ର, ଓମ୍‌ଟି ମୁଣ୍ଡେ, ରଘୁନାଥ ମଲ୍ଲ, ଦେବବ୍ରତ ପ୍ରଧାନ (ୱିକେଟ୍‌ରକ୍ଷକ), ସାୱନ ପହରିଆ (ୱିକେଟ୍‌ରକ୍ଷକ), ସନ୍ତୋଷ କୁମାର ଯାଦବ, ଆଶୁତୋଷ ଛୁରିଆ, ମିଲନ ସାମଲ, ଶ୍ରେୟାଂସୁ ଭରଦ୍ବାଜ, ସମ୍ବିତ ବରାଳ, ରାକେଶ ବିଶ୍ବାଳ, ରିତେଶ ପ୍ରିୟରଂଜନ, ବାଦଲ ବିଶ୍ବାଳ, ଆଶୁତୋଷ ମାରାଣ୍ଡି, ନିରଂଜନ ଗୌଡ଼ ପ୍ରମୁଖ ସ୍ଥାନ ପାଇଛନ୍ତି। ଆସନ୍ତା ୨୮ ତାରିଖରେ ସୁଲତାନପୁରରେ ଓଡ଼ିଶା ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇକୁ ଭେଟିବ। ଏହାପରେ ୩୦ରେ ତ୍ରିପୁରାକୁ, ନ‌ଭେମ୍ବର ୧ରେ ମଣିପୁରକୁ, ୩ରେ ଗୁଜରାଟକୁ, ୫ରେ ଛତିଶଗଡ଼କୁ ଓ ୯ ତାରିଖରେ ଗୋଆ ବିପକ୍ଷରେ ମ୍ୟାଚ୍‌ ଖେଳିବ।