ଭୁବନେଶ୍ବର: ଜମ୍ମୁ ଓ କାଶ୍ମୀରର ଶ୍ରୀନଗରରେ ଅକ୍ଟୋବର ୨୮ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଯାଇଥିବା ୩୧ତମ ବରିଷ୍ଠ ଜାତୀୟ ଉଷୁ ପ୍ରତିଯୋଗିତାରେ ଓଡ଼ିଶାକୁ ୫ ପଦକ ମଳିଛି। ସେଥିରେ ଗୋଟିଏ ରୌପ୍ୟ ଓ ୪ କାଂସ୍ୟ ସାମିଲ ରହିଛି। ପୁରୁଷ ତାଉଲୁରେ ଦିବ୍ୟ ମୋହନ ପ୍ରଧାନ ରୌପ୍ୟ ଜିତିଥିଲା ବେଳେ ମହିଳା ତାଉଲୁରେ ପଲ୍ଲବୀ ସାମଲ ଓ ତମନ୍ନା ମିଶ୍ର ଏବଂ ମହିଳା ସାନ୍ଦାରେ ମଞ୍ଜୁ ମୁଣ୍ଡା କାଂସ୍ୟ ପଦକ ଜିତିଥିଲେ। ୨୪ ଖେଳାଳି ଏବଂ ୭ ଅଫିସିଆଲଙ୍କ ସହ ମୋଟ ୩୧ ଜଣ ଶ୍ରୀନଗର ଯାତ୍ରା କରିଥିଲେ। ଇଂ ସୁଧାଂଶୁ ଶେଖର ହରିଚନ୍ଦନ ମୁଖ୍ୟ ଜୁରି ଏବଂ ପ୍ରଦ୍ୟୁମ୍ନ ବେହେରା ମୁଖ୍ୟ ଜଜ୍ ଓ ଅନୁରାଧା ଦୋରା ଜଜ୍ ଦାୟିତ୍ବ ତୁଲାଇଥିଲେ। ପଙ୍କଜ ମହନ୍ତ ଓ ସୁଜନ ରଥ ପ୍ରଶିକ୍ଷକ ଏବଂ ନଟବର ସେଠୀ ପ୍ରବନ୍ଧକ ରହିଥିଲେ। ଓଡ଼ିଶା ଦଳ ଆସନ୍ତା ୬ ତାରିଖରେ ଭୁବନେଶ୍ବର ଫେରିବ। ଓଡ଼ିଶାର ସଫଳତା ପାଇଁ ଓଡ଼ିଶା ଉଷୁ ସଂଘ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
ଓଡ଼ିଶା ଉଷୁ ଦଳକୁ ୫ ପଦକ
/sambad/media/post_attachments/wp-content/uploads/2022/11/5465f4h6f54h6f54f65.jpg)