ରାଞ୍ଚି: ମହିଳା ହକି ଇଣ୍ଡିଆ ଲିଗ ପ୍ରଥମ ସଂସ୍କରଣ ୨୦୨୪-୨୫ରେ ଓଡିଶା ଓ୍ବାରିୟର୍ସ ଇତିହାସ ରଚିଛି। ରାଞ୍ଚିସ୍ଥିତ ଜୟପାଲ ସିଂହ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ରେ ଓଡିଶା ଓ୍ବାରିୟର୍ସ ଚାମ୍ପିଅନ୍ ହୋଇଛି। ଓଡ଼ିଶା ଟିମ୍ର ଖେଳାଳିମାନେ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି। ଦଳ ୨-୧ରେ ସୁରମା ହକି କ୍ଲବକୁ ପରାସ୍ତ କରିଛି।
Rutuja Pisal gives Odisha Warriors’ the lead again with her second goal of the night! Well, the winning goal surely has to be our Hero Moment of the Match!
— Hockey India League (@HockeyIndiaLeag) January 26, 2025
Watch the LIVE coverage on DD Sports, Waves, Sony Sports Network and Sony LIV!#HeroHIL #HockeyKaJashn… pic.twitter.com/pBAsKOnEB5
ଖେଳର ପ୍ରଥମାର୍ଦ୍ଧ ସୁଦ୍ଧା ଉଭୟ ଦଳର ଗୋଲ୍ ସମାନ ସ୍ତରରେ ରହିଥିଲା। କିନ୍ତୁ ଚତୁର୍ଥ କ୍ବାଟରରେ ସୁରୁମା ବିପକ୍ଷରେ ଓଡିଶା ଓ୍ବାରିୟର୍ସ ଦ୍ବିତୀୟ ଗୋଲ୍ କରି ପ୍ରଥମ ସଂସ୍କରଣର ବିଜେତା ହୋଇଛନ୍ତି। ତେବେ ଓଡ଼ିଶା ୱାରିୟର୍ସ ପାଇଁ ରୁତୁଜା ପିସାଲ ଯଥାକ୍ରମେ ୨୦ ଏବଂ ୫୬ ମିନିଟରେ ସ୍କୋର କରିଥିବାବେଳେ ସୁରମା ହକି କ୍ଲବ ପାଇଁ ପେନି ସ୍କ୍ୱିବ୍ ୨୮ ମିନିଟରେ ଗୋଲ୍ ଦେଇଥିଲେ।