ଓଡ଼ିଶା ଦୁର୍ବଳତା ପଦାରେ ପଡ଼ିଲା

ଭୁବନେଶ୍ୱର: ସନ୍ତୋଷ ଟ୍ରଫିର ଅସନ୍ତୋଷ ଏବେ ଓଡ଼ିଶା ଫୁଟ୍‌ବଲ୍‌ପ୍ରେମୀଙ୍କୁ ନିରାଶ କରିଛି। ବିଶେଷ କରି ଫୁଟ୍‌ବଲ୍‌ର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାର ହାତଖୋଲା ସମର୍ଥନ ଦେବା ଏବଂ ଆଇଏସ୍‌ଏଲ୍‌ ଆୟୋଜନ ପରେ ସୁପର୍‌ କପ୍‌ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଓଡ଼ିଶାର ସନ୍ତୋଷ ଟ୍ରଫି ପ୍ରଦର୍ଶନ ନୈରାଶ୍ୟର ମଞ୍ଜି ବୁଣିଛି। ବାହରୁ ପ୍ରଶିକ୍ଷକ ଆଣିଥିଲେ ମଧ୍ୟ ସେ ବିଳମ୍ବରେ ଯୋଗଦେବା ଏବଂ ଓଡ଼ିଶା ଖେଳାଳିଙ୍କୁ ଶିଖାଇଥିବା ପ୍ରଶିକ୍ଷକ ଦଳ ସହ ନ ଯିବା ଏବେ ଓଡ଼ିଶାର ଇଜ୍ଜତକୁ ପଦାରେ ପକାଇ ଦେଇଛି। ବଡ଼ ପ୍ରତିଯୋଗିତା ଆୟୋଜନ କରି ରାଜ୍ୟ ସରକାର ଭାବମୂର୍ତି ଗଢ଼ୁଥିଲେ ମଧ୍ୟ ଓଡ଼ିଶା ଖେଳାଳିଙ୍କ ସ୍ତରରେ ଯେ କୌଣସି ଉନ୍ନତି ଘଟୁନାହିଁ ତାହା ପୁଣି ପ୍ରମାଣିତ ହୋଇଛି। ଅନ୍ୟପକ୍ଷରେ ଏକାଧିକ ଥର ଜାତୀୟ ବିଜେତା ଓଡ଼ିଶା ମହିଳା ଦଳ ଏଥର କ୍ୱାର୍ଟରଫାଇନାଲରୁ ବିଦା ହେବା ପରେ ପୁରୁଷ ଦଳ ସନ୍ତୋଷ ଟ୍ରଫିର ମୁଖ୍ୟ ପର୍ଯ୍ୟାୟରେ ଗୋଟିଏ ବି ମ୍ୟାଚ୍‌ ଜିତି ନ ପାରିବା ଆମ ଦୁର୍ବଳତାକୁ ପଦାରେ ପକାଇଛି। ସୋମବାରର ୧-୬ ପରାଜୟ ମଧ୍ୟ ଓଡ଼ିଶା ଇତିହାସରେ ସବୁଠାରୁ ଲଜ୍ଜାଜନକ ଅଧ୍ୟାୟ ସଂଯୋଗ କରିଛି।

ସମ୍ବନ୍ଧିତ ଖବର