କଟକ: ଖେଲୋ ଇଣ୍ଡିଆ ମହିଳା ଜନଜାତି କ୍ରୀଡ଼ାରେ ଗୁୁରୁବାର କୋଲକାତାରେ ଖେଳାଯାଇଥିବା ଓଡ଼ିଶା ଓ ପଶ୍ଚିମବଙ୍ଗ ମହିଳା ଫୁଟ୍‌ବଲ୍‌ ମ୍ୟାଚ୍‌ ଅମୀମାଂସିତ ରହିଛି। ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ୍‌ ପାଇଛନ୍ତି। ଉନ୍ନତ ଖେଳ ପ୍ରଦର୍ଶନ କରିଥିବା ଓଡ଼ିଶା ମହିଳା ଫୁଟ୍‌ବଲ୍‌ ଦଳକୁ ‘ଫାଓ’ ସଂପାଦକ ଡକ୍ଟର ଆଶୀର୍ବାଦ ବେହେରା ଅଭିନନ୍ଦନ ଜଣାଇଛନ୍ତି।

Advertisment