ତୃତୀୟ ଦିନ ଓଡ଼ିଶାକୁ ୨୧ ପଦକ

ଅନ୍ତଃସାଇ କାୟାକିଂ ପ୍ରତିଯୋଗିତା

କଟକ: ଜଗତପୁର ଜଳକ୍ରୀଡ଼ା କେନ୍ଦ୍ରରେ ଚାଲିଥିବା ଅନ୍ତଃସାଇ କାୟାକିଂ ଓ କାନୋଇଂ ପ୍ରତିଯୋଗିତାର ବୁଧବାର ତୃତୀୟ ଦିବସରେ ଓଡ଼ିଶାକୁ ୧୦ ସ୍ୱର୍ଣ୍ଣ ସହ ମୋଟ ୨୧ ପଦକ ମିଳିଛି। ଏଥି ସହିତ ଓଡ଼ିଶାର ମୋଟ ପଦକ ସଂଖ୍ୟା ୪୩ରେ ପହଞ୍ଚିଛି। ବୁଧବାର ୫୦୦ ମିଟର ପୁରୁଷ କେ-୧ରେ ଟମ୍‌ଥିଲଙ୍ଗାନ୍‌ବା ଗାସେପମ୍‌, କନିଷ୍ଠ ବାଳକ କେ-୧ରେ ଟମ୍‌ଥିଲଙ୍ଗାନ୍‌ବା ଗାସେପମ୍‌, କେ-୨ରେ ଟମ୍‌ଥିଲଙ୍ଗାନ୍‌ବା ଗାସେପମ୍‌-ଥୋଙ୍ଗାମ ରାହୁଲ ସିଂହ ଯୋଡ଼ି, ମହିଳା କେ-୧ରେ ସରୋଜିନୀ ଟପ୍ପୋ, କେ-୨ରେ ଓଇମାନ ବିଦ୍ୟା ଦେବୀ-ସରୋଜିନୀ ଟପ୍ପୋ ଯୋଡ଼ି, କେ-୪ରେ ଓଇନାମ ବିଦ୍ୟା ଦେବୀ, ଏଲିନ୍‌ ଆଲ୍‌ରିକା ଟପ୍ପୋ, ଫୁଲ୍‌ମଣି ଖାଖା, ରୀନା ପୂଜାରୀଙ୍କ ଯୋଡ଼ି, କନିଷ୍ଠ ବାଳିକା କେ-୧ରେ ଓଇନାମ ବିଦ୍ୟା ଦେବୀ, କେ-୨ରେ ଓଇନାମ ବିଦ୍ୟାଦେବୀ-ଏଲିନ୍‌ ଆଲ୍‌ରିକ ଟପ୍ପୋ ଯୋଡ଼ି, ସି-୨ରେ ସଲାମ ଆର୍ସିଦେବୀ-ହେଇସ୍ନାମ ବିଦ୍ୟାପତି ଚାନୁ ଯୋଡ଼ି, ସି-୪ରେ ଓଇନାମ ଗାନ୍ଧୀ ସିଂହ, ରୋହିତ ଡୁଙ୍ଗଡୁୁଙ୍ଗ, ପୁଖରାମ ସାନାଥୋଇ ସିଂହ, ସଲାମ ଦେବିସନ୍‌ ସିଂହଙ୍କ ଯୋଡ଼ି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି କନିଷ୍ଠ ବାଳକ ସି-୧ରେ ନାମେଇରାଖପମ୍‌ ଗାନ୍ଥୋଇ ସିଂହ, ସି-୨ରେ ପୁଖରାମ ସାଙ୍ଗଥୋଇ ସିଂହ-ସଲାମ ଦେବୀସନ୍‌ ସିଂହ ଯୋଡ଼ି, ପୁରୁଷ ସି-୨ରେ ରଂଜନ କୁମାର ବାରିକ-ରୋହିତ ଡୁଙ୍ଗଡୁଙ୍ଗ ଯୋଡ଼ି, ସି-୪ରେ ରଂଜନ କୁମାର ବାରିକ, ରାଜେନ୍ଦ୍ର ନାୟକ, ଦିବ୍ୟରଂଜନ ଦଳାଇ, ରୋହିତ ଡୁଙ୍ଗଡୁଙ୍ଗଙ୍କ ଯୋଡି, ମହିଳା ସି-୨ରେ ସଚିମା କେର୍କେଟା-ନିତୁପ୍ରଭା ଟପ୍ପୋ ଯୋଡ଼ି, ସି-୧ରେ ସଲାମ ଆର୍ସି ଦେବୀ ରୌପ୍ୟ ପଦକ ଜିତିଛନ୍ତି। ପୁରୁଷ ସି-୧ରେ ପୁଖରାମ ସାନାଥୋଇ ସିଂହ, କନିଷ୍ଠ ବାଳିକା ସି-୧ରେ ସୁପ୍ରିୟା ଖାଖା, ପୁରୁଷ କେ-୪ରେ ଥୋଙ୍ଗାମ ରାହୁଲ ସିଂହ, ଦେବେନ୍ଦ୍ରନାଥ ଦାସ, ସୌମ୍ୟରଂଜନ ମହାପାତ୍ର, ନିହାର ରଂଜନ ଜେନାଙ୍କ ଯୋଡ଼ି, କନିଷ୍ଠ ବାଳକ କେ-୪ରେ ଥୋଙ୍ଗାମ ରାହୁଲ ସିଂହ, ଦେବେନ୍ଦ୍ରନାଥ ଦାସ, ସୌମ୍ୟରଂଜନ ମହାପାତ୍ର, ନିହାରରଂଜନ ଜେନାଙ୍କ ଯୋଡ଼ି କାଂସ୍ୟ ପଦକ ଜିତିଛନ୍ତି।

ସମ୍ବନ୍ଧିତ ଖବର