ଜାତୀୟ ସେଭାତେରେ ଓଡ଼ିଶାକୁ ୪ ସ୍ୱର୍ଣ୍ଣ

କଟକ: ଚଣ୍ଡୀଗଡ଼ରେ ଶେଷ ହୋଇଥିବା ଜାତୀୟ ସେଭାତେ ପ୍ରତିଯେଗିତାରେ ଓଡ଼ିଶାକୁ ୪ ସ୍ୱର୍ଣ୍ଣ ସହିତ ମୋଟ ୮ ପଦକ ମିଳିଛି। କ୍ୟାଡେଟ୍‌ ବାଳକ ଆସଟ୍‌ରେ ଶିବସାଧନ ହାଁସଦା, ଆଶୁତୋଷ ଖଡ଼ଙ୍ଗା, ବାଳିକାରେ ହର୍ଷିତା ପ୍ରଧାନ, ବରିଷ୍ଠ ବାଳକ କମ୍ବାଟ୍‌ରେ ସ୍ଥିତପ୍ରଜ୍ଞା ମହାନ୍ତି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏମାନଙ୍କ ବ୍ୟତୀତ କ୍ୟାଡେଟ୍‌ ବାଳିକା ଆସଟ୍‌ରେ ଅନେ୍ଵଶା ପିଲାଇ, ବାଳକ ଆସଟ୍‌ରେ ଅର୍ପିତ ବେହେରାଙ୍କୁ ରୌପ୍ୟ, ଉପକନିଷ୍ଠ ବାଳିକା ଆସଟ୍‌ରେ ପ୍ରିୟଙ୍କା ତ୍ରିପାଠୀ, ବରିଷ୍ଠ ବାଳିକା କମ୍ବାଟ୍‌ରେ ଆଫ୍ରିନା ଜହୁର କାଂସ୍ୟ ପଦକ ହାସଲ କରିଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ସମସ୍ତ ଖେଳାଳି ପଦକ ଜିତିଛନ୍ତି। ଓଡ଼ିଶା ଦଳ ସହିତ ଜାତୀୟ ରେଫରି ପୃଥ୍ଵୀରାଜ ହରିଚନ୍ଦନ, ପ୍ରବନ୍ଧକ ସୁସ୍ମିତ କୌର ଚଣ୍ଡୀଗଡ଼ ଯାତ୍ରା କରିଥିଲେ। ଓଡ଼ିଶାର ଏହି ସଫଳତା ପାଇଁ ସେଭାତେ ଓଡ଼ିଶାର ଅଧ୍ୟକ୍ଷ ଏସ୍‌ଏସ୍‌ ହରିଚନ୍ଦନ, ସଭାପତି ମନୋଜ ଶୁକ୍ଳା, ଉପ ସଭାପତି ବିଭୂତି ଭୂଷଣ ବେହେରା, ଶିବାନନ୍ଦ ରାଏ, ପ୍ରଦ୍ୟୁମ୍ନ ବେହେରା ପ୍ରମୁଖ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର