ଭୁବନେଶ୍ୱର: ନିଖିଳ ଓଡ଼ିଶା ଚେସ ସଂଘ (ଏଓସିଏ) ଏବଂ ସର୍ବଭାରତୀୟ ଚେସ୍ ସଂଘ (ଏଆଇସିଏଫ୍) ମିଳିତ ଆନୁକୂଲ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ସପ୍ତମ ଜାତୀୟ ବିଦ୍ୟାଳୟ ଚେସ୍ ପ୍ରତିଯୋଗିତା ଗୁରୁବାର ଉଦ୍ଯାପିତ ହୋଇଛି। ଓଡ଼ିଶାର ୪ ଜଣ ଖେଳାଳି ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ୧୭ ବର୍ଷରୁ କମ୍ ବାଳିକା ବର୍ଗରେ ଋତୁମ୍ବରା ବିଧାର ୭ ରାଉଣ୍ଡ୍ରୁ ୫ ପଏଣ୍ଟ ସହିତ ସ୍ୱର୍ଣ୍ଣ ପଦକ ଜିିତିଥିବାବେଳେ ଅନ୍ୟ ୩ ଜଣ ଶ୍ରୀୟାଂଶ ଦାଶ, ଆରୂଷୀ ଶ୍ରୀଚନ୍ଦନ ଏବଂ ମହିତୋଷ ଦେ କାଂସ୍ୟ ପଦକ ହାସଲ କରିଛନ୍ତି। ୯ ବର୍ଷରୁ କମ୍ ବାଳକ ବର୍ଗରେ ଜାତୀୟ ପଦକ ବିଜେତା ଶ୍ରୀୟାଂଶ ୯ ରାଉଣ୍ଡ୍ରୁ ୭ ପଏଣ୍ଟ୍ ପାଇଥିବାବେଳେ ଏହାର ବାଳିକା ବର୍ଗରେ ମଧ୍ୟ ଆରୂଷୀ ସମାନ ପଏଣ୍ଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ। ୧୩ ବର୍ଷରୁ କମ୍ ବାଳକ ବର୍ଗରେ ମହିତୋଷ ଦେ ୬.୫ ପଏଣ୍ଟ୍ ପାଇ ମଧ୍ୟ ତୃତୀୟ ସ୍ଥାନ ଦଖଲ କରିଥିଲେ। ମୋଟ ୩୬ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ୭, ୯, ୧୧, ୧୩, ୧୫, ୧୭ ବର୍ଷରୁ କମ୍ ବର୍ଗରେ ୮୦୦ରୁ ଊର୍ଧ୍ୱ ଖେଳାଳି ଭାଗ ନେଇଥିଲେ। ଉଦ୍ଯାପନୀ ଉତ୍ସବରେ କିଟ୍ ରେଜିଷ୍ଟ୍ରାର୍ ପ୍ରଫେସର ସସ୍ମିତା ସାମନ୍ତ, ଏଓସିଏ ସମ୍ପାଦକ କେ କେ ଶର୍ମା, ମୁଖ୍ୟ ଅତିଥି ଏନ୍କେ ନନ୍ଦ କୁମାର, କିଟ୍ କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ, କ୍ରୀଡ଼ା ଅଧିକାରୀ ରଶ୍ମିତା ମହାନ୍ତି ପ୍ରମୁଖ ଅତିଥି ଥିଲେ। କିଟ୍ କ୍ରୀଡ଼ା ବିଭାଗର ଦୁଇ କର୍ମଚାରୀ ଅପରାଜିତା ଗୋଚ୍ଛିକାର ଏବଂ ଜ୍ୟୋତି ଶଙ୍କର ନନ୍ଦଙ୍କୁ ସଫଳ ପରିଚାଳନା ପାଇଁ ଆର୍ବିଟର ନର୍ମ ପ୍ରଦାନ କରାଯାଇଥିଲା।
ଓଡ଼ିଶାକୁ ୪ ପଦକ
ଜାତୀୟ ବିଦ୍ୟାଳୟ ଚେସ୍
/sambad/media/post_attachments/wp-content/uploads/2018/02/5-7th-National-School-Chess-Championship.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)