ଭୁବନେଶ୍ବର: ଲୁଧିଆନାରେ ଚାଲିଥିବା ସନ୍ତୋଷ ଟ୍ରଫି ଚୂଡ଼ାନ୍ତ ପର୍ଯ୍ୟାୟରେ ଓଡ଼ିଶା ଲଗାତାର ପରାଜୟ ସହ ବିଜୟ ଶୂନ୍ୟ ଭାବେ ଅଭିଯାନ ଶେଷ କରିଛି। ପ୍ରଥମ ତିନି ମ୍ୟାଚ୍ରେ ଯଥାକ୍ରମେ ମେଘାଳୟଠୁ ୨-୩, ସର୍ଭିସେସ୍ଠୁ ୦-୨ ଏବଂ ଗୋଆଠୁ ୧-୨ ଗୋଲ୍ରେ ହାରିଥିବା ଓଡ଼ିଶା ମଙ୍ଗଳବାର ଶେଷ ଲିଗ୍ ମ୍ୟାଚ୍ରେ ଦିଲ୍ଲୀଠୁ ୧-୨ ଗୋଲ୍ରେ ହାରି ଚତୁର୍ଥ ପରାଜୟ ବରଣ କରିଥିଲା। ଆୟୁଷ ଅଧିକାରୀ ୨୫ ଓ ୬୬ ମିନିଟ୍ରେ ଦୁଇଟି ଗୋଲ୍ ଦେଇ ଦିଲ୍ଲୀକୁ ଏକପାଖିଆ ବିଜୟ ଆଡ଼କୁ ଅଗ୍ରସର କରିଥିଲେ। ହେଲେ ମ୍ୟାଚ୍ ଶେଷ ହେବାର ୧୦ ମିନିଟ୍ ପୂର୍ବରୁ ଚନ୍ଦ୍ର ମୁଦୁଲି ଗୋଟିଏ ଗୋଲ୍ ଶୁଝି ଓଡ଼ିଶାର ପରାଜୟ ବ୍ୟବଧାନକୁ କମାଇଥିଲେ।