ଓଡ଼ିଶାର ବିଜୟ ଅଭିଯାନ 

ପୂର୍ବାଞ୍ଚଳ ୨୩ ବର୍ଷରୁ କମ୍‌ ମହିଳା ଦିନିକିଆ କ୍ରିକେଟ୍‌

କଟକ,: କୋଲ୍‌କାତାରେ ଆରମ୍ଭ ହୋଇଛି ୨୩ ବର୍ଷରୁ କମ୍‌ ପୂର୍ବାଞ୍ଚଳ ମହିଳା ଦିନିକିଆ କ୍ରିକେଟ୍‌ ପ୍ରତିଯୋଗିତା। ପ୍ରଥମ ମ୍ୟାଚ୍‌ରେ ଝାଡ଼ଖଣ୍ଡକୁ ପରାସ୍ତ କରି ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। ଟସ୍‌ ଜିତିଥିବା ଓଡ଼ିଶା ନିର୍ଧାରିତ ଓଭରରେ ୭ ଓ୍ଵିକେଟ୍‌ ହରାଇ ୧୭୦ ରନ୍‌ କରିଥିଲା। ପ୍ରାରମ୍ଭିକ ଖେଳାଳି ସସ୍ମିତା ମଲ୍ଲିକ ୩୦, ଅଞ୍ଜଳି ସିଂହ ୨୫, ରାଣୀ ଟୁଡୁ ୧୨, ଡି.ଜାନକୀ ରେଡ୍ଡୀ ୧୯, ସୁମିତ୍ରା ସାହୁ ୪୦*, ରୀମାଲକ୍ଷ୍ମୀ ଏକ୍କା ୨୮* ରନ୍‌ କରିଥିଲେ। ଦେବଯାନୀ ପ୍ରସାଦ ୨, ଅଶ୍ୱିନୀ କୁମାରୀ, ରିତୁ କୁମାରୀ, ରୁମା କୁମାରୀ ମହାତୋ, ଶୁଭେଚ୍ଛା ମଣ୍ଡଳ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ନିୟମିତ ଅନ୍ତରାଳରେ ଓ୍ଵିକେଟ୍‌ ହରାଇ ଝାଡ଼ଖଣ୍ଡ ୨୯ ଓଭରରେ ୭୩ ରନ୍‌ କରିପାରିଥିଲା। କେବଳ ରିତୁ କୁମାରୀ ୧୮, ଅଶ୍ୱିନୀ କୁମାରୀ ୧୩, ଦେବଯାନୀ ପ୍ରସାଦ ୧୩ ରନ୍‌ କରିଥିଲା ବେଳେ ଅନ୍ୟକେହି ଦୁଇ ଅଙ୍କରେ ପହଞ୍ଚିପାରିନଥିଲେ। ବିଜୟୀ ଓଡ଼ିଶା ପକ୍ଷରୁ ରୀମାଲକ୍ଷ୍ମୀ ୩, ରାଜଶ୍ରୀ ସ୍ୱାଇଁ ୨, ଲୌସା ଦାଶ ୨ ଓ ସୁଶ୍ରୀ ଦିବ୍ୟଦର୍ଶିନୀ ଗୋଟିଏ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର