ଭୁବନେଶ୍ବର: ସ୍ଥାନୀୟ ନୀଳାଦ୍ରିବିହାରସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର୍‌ ଷ୍ଟାଡିୟମ୍‌ଠାରେ ଆୟୋଜିତ ଜାତୀୟ ପାରା  ଫେନ୍‌ସିଂ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରି ୯ଟି ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ ଏବଂ ୧୧ଟି ରୌପ୍ୟ ସହ ୨୯ ପଦକ ଜିତି ନେଇଛନ୍ତି। ମାର୍ଚ୍ଚ ୨୮ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିବା ଓଡ଼ିଶା ଖେଳାଳିମାନେ ହେଲେ ରାଖାଲ କୁମାର ସେଠୀ, ଆଶା ସିଂହ, ରୁଦ୍ର ନାରାୟଣ ବେହେରା, ମାଳତୀ ପନୁରେ, ଓମ୍ ପ୍ରକାଶ ବେହେରା, ଓଡ଼ିଶା ପୁରୁଷ ଫଏଲ୍ ଦଳ (ଓମ୍ ପ୍ରକାଶ ବେହେରା, ଭି ରମେଶ ରାଓ, ରାଖାଲ କୁମାର ସେଠୀ, ପବିତ୍ର ସାହୁ) ଏବଂ ଓଡ଼ିଶା ମହିଳା ଫଏଲ୍ ଦଳ (ମାଳତୀ ପନୁରେ, ଶୀଲା ମନ୍ତ୍ରୀ, ପୂଜାସ୍ବିନୀ ନାୟକ ଓ କରିମୁନ ନିଶା)।

Advertisment

ଅନ୍ୟପକ୍ଷରେ ରୌପ୍ୟ ପଦକ ବିଜେତାଙ୍କ ମଧ୍ୟରେ ରହିଛନ୍ତି, ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ, ଶୀଲା ମନ୍ତ୍ରୀ, ମହିଳା ଇପି ଦଳ (ଶିଲା ମନ୍ତ୍ରୀ, ପୂଜାସ୍ବିନୀ ନାୟକ, ମାଳତି ପନୁରେ, ମଧୁସ୍ମିତା ସାହୁ), ଭି ରମେଶ ରାଓ, ମାଳତି ପନୁରେ, ଆଶା ସିଂହ, ପବିତ୍ର ସାହୁ, ଓମ୍ ପ୍ରକାଶ ବେହେରା, ପୁରୁଷ ଇପି ଦଳ (ଓମ୍ ପ୍ରକାଶ ନାୟକ, ଭି ରମେଶ ରାଓ, ରାଖାଲ କୁମାର ସେଠୀ, ପବିତ୍ର ସାହୁ), ମହିଳା ସାବ୍ରେ ଦଳ (ଶୀଲା ମନ୍ତ୍ରୀ, ପୂଜାସ୍ବିନୀ ନାୟକ, ମାଳତି ପନୁରେ, ମଧୁସ୍ମିତା ସାହୁ)। କାଂସ୍ୟ ପଦକ ବିଜେତାମାନେ ହେଉଛନ୍ତି ପୂଜାସ୍ବିନୀ ନାୟକ (ମହିଳା ଇପି), ଶୀଲା ମନ୍ତ୍ରୀ (ମହିଳା ଇପି), ରାଖାଲ କୁମାର ସେଠୀ (ପୁରୁଷ ଫଏଲ୍‌) ପ୍ରମୁଖ।