ଭୁବନେଶ୍ବର: ଦିଲ୍ଲୀରେ ଆୟୋଜିତ ନବମ ଜାତୀୟ ଓ ପଞ୍ଚମ ୨୫ ବର୍ଷରୁ କମ୍ ଲନ୍ବଲ୍ସ ପ୍ରତିଯୋଗିତାରେ ଓଡ଼ିଶା ମହିଳାମାନେ ୩ କାଂସ୍ୟ ପଦକ ଜିତିଛନ୍ତି। ମହିଳା ପେୟାର୍ସରେ ଶ୍ବେତଲାନା ବକ୍ସି ଓ ରୋଶନୀ ସାହୁ, ମହିଳା ଟ୍ରିପଲ୍ସରେ ବିଷ୍ଣୁପ୍ରିୟା ବହିଦାର, ସାଇନା ନାଏକ, ପଦ୍ମାସିନୀ ପୁଟେଲ କାଂସ୍ୟ ଜିତିଥିଲେ। ସେହିଭଳି ବିଷ୍ଣୁପ୍ରିୟା, ପଦ୍ମାସିନୀ, ରାଜେଶ୍ବରୀ ସେଠ୍ ଓ ରୋଶନୀଙ୍କୁ ନେଇ ଗଠିତ ଓଡ଼ିଶା ମହିଳା ଫୋର୍ସ୍ ଦଳ ମଧ୍ୟ କାଂସ୍ୟ ପାଇଥିଲା। ଫଳରେ ବିଷ୍ଣୁପ୍ରିୟା, ପଦ୍ମାସିନୀ ଓ ରୋଶନୀ ଯୁଗଳ ପଦକ ଜିତିବାର ଗୌରବ ପାଇଛନ୍ତି। ଏହି ସଫଳତା ଲାଗି ଖେଳାଳିଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ସିହତ ଓଡ଼ିଶା ଲନ୍ବଲ୍ସ ସଂଘ ସଭାପତି ଅନଙ୍ଗ ଉଦୟ ସିଂଦେଓ ଏବଂ ସମ୍ପାଦକ ସୁମିତ ପୁରୋହିତ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିଯୋଗିତା ପୂର୍ବରୁ ଦିଲ୍ଲୀରେ ପ୍ରାୟ ୪ ସପ୍ତାହ ଧରି ଅଭ୍ୟାସ କରିଥିବାରୁ ଦଳକୁ ଏହି ସୁଫଳ ମିଳିଥିବା ଶ୍ରୀ ପୁରୋହିତ ପ୍ରକାଶ କରିଛନ୍ତି।
ଜାତୀୟ ଲନ୍ବଲ୍ସରେ ଓଡ଼ିଶାକୁ ୩ କାଂସ୍ୟ
ଦିଲ୍ଲୀରେ ଆୟୋଜିତ ନବମ ଜାତୀୟ ଓ ପଞ୍ଚମ ୨୫ ବର୍ଷରୁ କମ୍ ଲନ୍ବଲ୍ସ ପ୍ରତିଯୋଗିତାରେ ଓଡ଼ିଶା ମହିଳାମାନେ ୩ କାଂସ୍ୟ ପଦକ ଜିତିଛନ୍ତି। ମହିଳା ପେୟାର୍ସରେ ଶ୍ବେତଲାନା ବକ୍ସି ଓ ରୋଶନୀ ସାହୁ, ମହିଳା ଟ୍ରିପଲ୍ସରେ ବିଷ୍ଣୁପ୍ରିୟା ବହିଦାର...
/sambad/media/media_files/2025/01/03/wuK8aOSMbeJJZgypBV7Z.jpg)