ଭୁବନେଶ୍ବର: ଟାଇକୋଣ୍ଡୋ ଆସୋସିଏସନ ଅଫ୍ ଇଣ୍ଡିଆ (ଆଇଟିଏଫ୍) ଆନୁକୂଲ୍ୟରେ ହିମାଚଳ ପ୍ରଦେଶରେ ଆୟୋଜିତ ଉତ୍ତର-ପୂର୍ବ କ୍ଷେତ୍ରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଓଡ଼ିଶାକୁ ୧ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୩ କାଂସ୍ୟ ସହ ମୋଟ ୭ ପଦକ ମିଳିଛି। ପ୍ରଶିକ୍ଷକ ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ନେତୃତ୍ବରେ ୬ ଜଣିଆ ଓଡ଼ିଶା ଦଳ ଏହି ପ୍ରତିଯୋଗିତାର ୪ଟି ବର୍ଗରେ ଭାଗ ନେଇଥିଲା। ଏଥିରେ ୧୦ ରାଜ୍ୟରୁ ୩୩୬ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଓଡ଼ିଶାର ଶୁଭ୍ରାଶିନୀ ମହାଲିଙ୍ଗ ସ୍ବର୍ଣ୍ଣ ଜିତିଥିଲା ବେଳେ, ଜାଗୃତି ପ୍ରିୟଦର୍ଶିନୀ ନାୟକ, ସାନିଧି ଦାସ, ସାର୍ଥକ ସାହୁ ରୌପ୍ୟ ପଦକ ପାଇଥିଲେ। ଶୋଭନ ପୂଜାରୀ ଦୁଇଟି ଏବଂ ଓମ୍କାର ଦେବ ଗୋଟିଏ କାଂସ୍ୟ ପଦକ କରାୟତ୍ତ କରିଥିଲେ। ଓଡ଼ିଶାର ସଫଳତା ଲାଗି ଖେଳାଳିମାନଙ୍କୁ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲ ସମୂହର ଅଧ୍ୟକ୍ଷ ବଦ୍ରିନାଥ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।
ଆଇଟିଏଫ୍ ଟାଏକୋଣ୍ଡୋରେ ଓଡ଼ିଶାକୁ ୭ ପଦକ
/sambad/media/post_attachments/wp-content/uploads/2022/05/d65g46dag54g6d54gd654gd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)