ତଫିସା କ୍ରୀଡ଼ାରେ ଓଡ଼ିଶାକୁ ୫ ସ୍ବର୍ଣ୍ଣ

ଭୁବନେଶ୍ବର: ନେପାଳର ପୋଖରାଠାରେ ଚଳିତ ମାସ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଆୟୋଜିତ ହୋଇଥିବା ଦି ଆସୋସିଏସନ୍ ଫର୍ ଇଣ୍ଟରନ୍ୟାସନାଲ ସ୍ପୋର୍ଟସ ଫର୍ ଅଲ୍ (ତଫିସା) କ୍ରୀଡ଼ାରେ ଓଡ଼ିଶା ପ୍ରତିଯୋଗୀମାନେ ୫ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୧୯ ବର୍ଷରୁ କମ୍ ବାଳିକା ଡିସକସ୍ ଥ୍ରୋ’ରେ ଓଡ଼ିଶାର ଅର୍ପିତ ପରିଡ଼ା ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ୧୭ ବର୍ଷରୁ କମ୍ ବାଳିକାରେ ଭେଦିକା ଲାଲ୍ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିଭଳି ୧୭ ବର୍ଷରୁ କମ୍ ବାଳକରେ ଆୟୂଷ ଆଚାର୍ଯ୍ୟ, ୧୪ ବର୍ଷରୁ କମ୍ ୧୦୦ ମିଟର ବାଳିକାରେ ସଲିପ୍ତା ରାଉତ ଏବଂ ୯୦ କିଲୋଗ୍ରାମ ୧୯ ବର୍ଷରୁ କମ୍ ଭାରୋତ୍ତୋଳନରେ ତୁଷାର ସ୍ବାଇଁ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହି କ୍ରୀଡ଼ାରେ ଭାରତବର୍ଷର ୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ପିଲାମାନେ ସନ୍ତୋଷ ପ୍ରସାଦଙ୍କ ପ୍ରଶିକ୍ଷଣରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର