ଭୁବନେଶ୍ବର: ହିମାଚଳପ୍ରଦେଶରେ ଆୟୋଜିତ ଜାତୀୟ ହାମର ବଲ୍ ପ୍ରତିଯୋଗିତାରେ ଓଡ଼ିଶା ପୁରୁଷ ଲଗାତାର ଦ୍ବିତୀୟ ଥର ଲାଗି ବିଜେତା ହେବାର ଗୌରବ ଅର୍ଜନ। ଚଳିତ ବର୍ଷ ଫାଇନାଲ୍ରେ ଛତିଶଗଡ଼କୁ ହରାଇ ଓଡ଼ିଶା ଏହି ସଫଳତା ପାଇଥିଲା। ଏହା ପୂର୍ବରୁ ସେମିଫାଇନାଲ୍ରେ ଉତ୍ତରପ୍ରଦେଶକୁ ହରାଇଥିଲା। ଲିଗ୍ ପର୍ଯ୍ୟାୟରେ ୪ରୁ ୪ ଜିତି ସେମିଫାଇନାଲ୍ରେ ପହଞ୍ଚିଥିଲା ଓଡ଼ିଶା। ଓଡ଼ିଶା ମହିଳା ଦଳ ଫାଇନାଲ୍ରେ ରାଜସ୍ଥାନଠୁ ହାରି ଉପବିଜେତା ହୋଇଥିଲା।
ଦଳ ସହ ଓଡ଼ିଶା ହାମର ବଲ୍ ସଂଘର ଉପସଭାପତି ସୋମନାଥ ପଟ୍ଟନାୟକ ହିମାଚଳପ୍ରଦେଶ ଗସ୍ତ କରିଥିଲେ। ଦଳର ସଫଳତା ଲାଗି ଭାରତୀୟ ହାମର ବଲ୍ ସଂଗଠନର ବରିଷ୍ଠ ଉପସଭାପତି ରିଣ୍ଟୁ ମିତ୍ର, ରାଜ୍ୟ ସଭାପତି ପ୍ରଶାନ୍ତ ଦ୍ବିବେଦୀ, ସଂପାଦିକା ରାଗିଣୀ ମିତ୍ର ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।